ଶାହାଜନପୁର: ଉତ୍ତରପ୍ରଦେଶର ଶାହାଜନପୁରରେ ରବିବାର ଅପରାହ୍ନରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏଏନ୍ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍ ମୁତାବକ, ଘଟଣାସ୍ଥଳରୁ ଏଯାବତ୍ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି।
ଉଲ୍ଲେଯୋଗ୍ୟ, ପୂର୍ବରୁ ଏହି ସପ୍ତାହ ମଧ୍ୟରେ ନୋଇଡାର ସେକ୍ଟର ୯୪ଠାରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିଲେ। ଏକ ବାଲି ବୋଝେଇ ଟ୍ରକ୍ ଆସି କାନ୍ଥରେ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା।
ତେବେ ରବିବାର ଶାହାଜନପୁରରେ ଘଟିଥିବା ଏହି ଦୁର୍ଘଟଣା ପଛର କାରଣ ଖୋଜିବାକୁ ପୁଲିସ୍ ତଦନ୍ତ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ପୂରାପୂରି ଭାବେ ଉଦ୍ଧାରକାର୍ଯ୍ୟ ସମସ୍ତା ହୋଇନାହିଁ। ସେଠାରେ କାମ କରୁଥିବା ସବୁ ଶ୍ରମିକ ମିଳିନଥିବା ହେତୁ କେହି କେହି ମାଟି ତଳେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/index-1-1.jpg)