ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କୁ ୫ ଲକ୍ଷର ଦୁର୍ଘଟଣା ବୀମା

ଜମ୍ମୁ: ଭାରତର ପ୍ରସିଦ୍ଧ ତୀର୍ଥସ୍ଥଳ ବୈଷ୍ଣୋଦେବୀକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ୫ ଲକ୍ଷ ଟଙ୍କାର ନିଃଶୁଳ୍କ ବୀମା ସୁବିଧା ଯୋଗାଇ ଦିଆଯିବ। ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ୍‌ ବୋର୍ଡ (ଏମ୍‌ବିଡିଏସ୍‌ବି)ର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସହିତ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟପାଳ ମଲିକ୍‌ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର