ଆଇସିଏମଆର ଦ୍ୱାରା ଅର୍ଡର କରାଯାଇଥିବା ୫ ଲକ୍ଷ ଆଣ୍ଟିବଡି ପରୀକ୍ଷା କିଟ୍ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କମ ସମୟ ମଧ୍ୟରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ସ୍ୱାବ ନମୁନା ଟେଷ୍ଟିଙ୍ଗ ସଂଖ୍ୟାକୁ ବଢାଇବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ୫ଲକ୍ଷ ଆଣ୍ଟିବଡି ଟେଷ୍ଟିଙ୍ଗ କିଟ୍ ଅର୍ଡର କରିଥିଲା | କିଛି ଦିନ ତଳେ ଟେଷ୍ଟିଙ୍ଗ କିଟ୍ ଅର୍ଡର କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଆଇସିଏମଆରକୁ ଅର୍ଡର ଡେ଼ଲିଭର ହୋଇ ନଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ଆଜି ଦୈନିକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି |

coronavirus vaccine: COVID-19: Firms shortlisted for rapid ...
Economictimes

ଯେଉଁଠାରେ କୋଭିଡ -୧୯ ସଂକ୍ରମଣ ଅଧିକ, ସେହି ଅଞ୍ଚଳରେ ସ୍କ୍ରିନିଂ କରିବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ଆଣ୍ଟିବଡି ଟେଷ୍ଟ କିଟ୍ ସୁପାରିଶ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ପ୍ରବେଶ କରିଛି କି ନାହିଁ ତାହା ଜାଣିବା ପାଇଁ ଆଣ୍ଟିବଡି କିମ୍ବା ସେରୋଲୋଜିକାଲ୍ ପରୀକ୍ଷା କରାଯାଏ | ଆଇସିଏମଆର କଣ୍ଟେଣ୍ଟମେଣ୍ଟ ଜୋନ୍, ବୃହତ ପ୍ରବାସୀ ଭାରତୀୟଙ୍କ ସମାବେଶ କେନ୍ଦ୍ର ଏବଂ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗରେ ପୀଡିତ ରୋଗୀମାନଙ୍କ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଏହି ଆଣ୍ଟିବଡି ଟେଷ୍ଟିଙ୍ଗ କିଟ ଅର୍ଡର କରିଥିବା ଜଣାପଡିଛି। ଏହି ଟେଷ୍ଟିଙ୍ଗ କିଟ ସାହାଯ୍ୟରେ ୧୫ମିନିଟରେ ଜଣେ କୋଭିଡ୍ -୧୯ ପଜିଟିଭ୍ କିମ୍ବା ନେଗେଟିଭ୍ ବୋଲି ଜଣା ପଡିଯିବ |

ସମ୍ବନ୍ଧିତ ଖବର