ନୂଆଦିଲ୍ଲୀ: ରାଞ୍ଚି ବିମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲାକୁ ‘ଇଣ୍ଡିଗୋ ବିମାନ’ରେ ଆରୋହଣ କରାଇ ଦିଆଯାଇ ନ ଥିବା ଘଟଣାକୁ ନେଇ ଆଜି ଡ଼ିଜିସିଏ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଏହି ଘଟଣାକୁ ନେଇ ନାଗରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି | ଡିଜିସିଏ କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ବିମାନ କର୍ମଚାରୀ ଶିଶୁଟି ପ୍ରତି ଖରାପ ବ୍ୟବହାର କରିଥିଲେ, ​​ଯେଉଁଥିପାଇଁ ମାମଲା ବଢିଯାଇଥିଲା | ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଏହାର ନିର୍ଦ୍ଦେଶନାମା ବଦଳାଇବ ବୋଲି ଡିଜିସିଏ କହିଛି। ଉଲ୍ଲେଖଯୋଗ୍ୟ, ଯେ ମେ ୭ରେ ରାଞ୍ଚି ବିମାନବନ୍ଦରରେ ଏହି ଘଟଣା ଘଟିଥିଲା | ସ୍ବାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା’ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା ‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ର ଜଣେ ପ୍ରତିନିଧି ବିମାନ ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ। ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନେ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା। ଏହି ଘଟଣା ବାବଦରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଥିଲେ ଯେ ଏୟାର୍ଲାଇନ୍ କର୍ମଚାରୀମାନଙ୍କର ଏତାଦୃଶ ଦୁର୍ବ୍ୟବହାର ପାଇଁ କଠୋର ଶାସ୍ତି ବ୍ୟବସ୍ଥା ରହିଛି। କୌଣସି ଲୋକଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରାଯିବା ଅନୁଚିତ। ଏହା ପରେ ଡ଼ିଜିସିଏ ତଦନ୍ତ କରି ଆଜି ଏହି କାର୍ଯ୍ୟାନୁଷ୍ଠାନ ନେଇଛି |
ଦିବ୍ୟାଙ୍ଗଙ୍କୁ ବିମାନ ଆରୋହଣ ମନା ଘଟଣା: ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡ଼ିଜିସିଏ
/sambad/media/post_attachments/wp-content/uploads/2022/05/63aa823a-9894-46bc-84e4-6e3e102c5ace.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)