ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ତାଙ୍କ ଶାସନକାଳରେ ଭାରତ ସହ ଅନ୍ତତଃ ୫ଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୧୯୯୯ କାର୍ଗିଲ ଯୁଦ୍ଧ ପରେ ୨୦୦୧ରେ ମୁସାରଫ ଭାରତ ସହ ଭଙ୍ଗା ସମ୍ପର୍କକୁ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଲେ। ସେତେବେଳେ ଗୁଜରାଟରେ ଭୂମିକମ୍ପ ହୋଇଥାଏ। ସେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଫୋନ କରି ସମବେଦନା ଜଣାଇଲେ। ଏହାପରେ କଥାବାର୍ତ୍ତା ପାଇଁ ବାଟ ଫିଟିଲା ଏବଂ ତାଙ୍କୁ ଭାରତ ଆସି ଆଗ୍ରା ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ କରାଗଲା।
ଜୁଲାଇ ୨୦୦୧ ଆଗ୍ରା ବୈଠକ
ଏହି ବୈଠକରେ ବାଜପେୟୀ ଓ ମୁସାରଫଙ୍କ ମଧ୍ୟରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ଦୁଇଦିନ ବୈଠକ ଚାଲିଲା। ଦୁଇଦେଶର ବୈଦେଶିକ ମନ୍ତ୍ରୀମାନେ ବି ଆଲୋଚନାରେ ସାମିଲ ହେଲେ। ମାତ୍ର ଦୁଇଥର ମିଳିତ ରାଜିନାମା ହେବାର ପ୍ରଚେଷ୍ଟା ଫେଲ ମାରିଲା। ଏହି ବୈଠକ ବିଫଳ ହେଲା।
ଜାନୁଆରି ୨୦୦୪ ସାର୍କ ବୈଠକ
ଇସଲାମାବାଦଠାରେ ଅନୁଷ୍ଠିତ ଦ୍ବାଦଶ ସାର୍କ ବୈଠକରେ ବାଜପେୟୀ ଓ ମୁସାରଫଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଦୁଇ ପକ୍ଷ ନିଷ୍ପତ୍ତି ନେଲେ। ଅସ୍ତ୍ରବିରତି ଓ ଉତ୍ତେଜନା ପ୍ରଶମନ ପାଇଁ ରାଜିନାମା ହେଲା।
ସେପ୍ଟେମ୍ବର ୨୦୦୪ ଜାତିସଂଘ ଆଲୋଚନା
ଜାତିସଂଘ ଶିଖର ବୈଠକର ସାଇଡ୍ଲାଇନ୍ରେ ରାଷ୍ଟ୍ରପତି ମୁସାରଫ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ କଥା ହେଲେ। ଶାନ୍ତି ଓ ସ୍ବାଭାବିକତା ଫେରାଇଆଣିବା ଏବଂ ଦୁଇଦେଶ ଭିତରେ ସହଯୋଗ ବୃଦ୍ଧି କରିବା ପାଇଁ ଏକ ମିଳିତ ରାଜିନାମା ପ୍ରକାଶ ପାଇଲା।
ଏପ୍ରିଲ ୨୦୦୫ ଭାରତ-ପାକ୍ କ୍ରିକେଟ୍ ସିରିଜ୍
୨୦୦୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆଦିଲ୍ଲୀର ଫିରୋଜ ଶାହ କୋଟଲା (ବର୍ତ୍ତମାନ ଅରୁଣ ଜେଟଲୀ) ଷ୍ଟାଡିୟମ୍ରେ କ୍ରିକେଟ୍ ମ୍ୟାଚ୍ ହେଉଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ମୁସାରଫ ଭାରତ ଆସିଥିଲେ। ଏହି ଅବସରରେ ଦୁଇଦେଶର ନେତାମାନେ ଶାନ୍ତି ପ୍ରକ୍ରିୟା ଅବ୍ୟାହତ ରଖିବା ଏବଂ ସମାଧାନ ପନ୍ଥା ବାହାର କରିବା ପାଇଁ ରାଜି ହୋଇଥିଲେ।
ସେପ୍ଟେମ୍ବର ୨୦୦୬- ନନ୍-ଆଲାଏନ୍ଡ ସମ୍ମିଳନୀ
କ୍ୟୁବାର ରାଜଧାନୀ ହାଭାନାଠାରେ ଏହି ସମ୍ମିଳନୀ ହୋଇଥିଲା, ଯେତେବେଳେ ଜୁଲାଇ ୨୦୦୬ରେ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ସହ ଭାରତର ଜଟିଳ ଡାଇଲଗ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।
ଭାରତୀୟ ନେତୃତ୍ବ ସହ ମୁସାରଫଙ୍କର ୫ଟି ବୈଠକ: ଜୁଲାଇ ୨୦୦୧ ଆଗ୍ରା ବୈଠକ
ଜାନୁଆରି ୨୦୦୪ ସାର୍କ ବୈଠକ, ସେପ୍ଟେମ୍ବର ୨୦୦୪ ଜାତିସଂଘ ଆଲୋଚନା
/sambad/media/post_attachments/wp-content/uploads/2023/02/54f654h6s5fshfshff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)