ପୂର୍ଣ୍ଣିଆ: ବିହାରର ପୂର୍ଣ୍ଣିଆରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମନାକୁ ଆସିଛି । ଡାହାଣୀ ସଂଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ ପୂର୍ଣ୍ଣିଆ ଜିଲ୍ଲାର ମୁଫାସିଲ ଥାନା ଅନ୍ତର୍ଗତ ରାଜିଗଞ୍ଜ ପଞ୍ଚାୟତର ଟେଟଗାମାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଡାହାଣୀ ଓ ଗୁଣିଗାରେଡ଼ି ଅଭିଯୋଗରେ ହତ୍ୟା କରାଯାଇଛି। ପ୍ରାୟ ୨୫୦ ଜଣ ଲୋକ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଘେରି ପିଟି ପିଟି ପୋଡ଼ି ହତ୍ୟା କରିଛନ୍ତି। ଏହା ପରେ ମୃତଦେହକୁ ଗାଏବ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ପୁଲିସକୁ ଏବେ ବି ମୃତଦେହ ମିଳିନାହିଁ ଓ ପୁଲିସ ସେଗୁ଼ଡ଼ିକୁ ଖୋଜୁଛି। ମୃତକମାନେ ହେଲେ ବାବୁଲାଲ ଓରାଓଁ, ତାଙ୍କ ସ୍ତ୍ରୀ ସୀତା ଦେବୀ, ମାଆ କାଟୋ ମାସୋମତ, ପୁଅ ମନଜିତ ଓରାଓଁ ଏବଂ ବୋହୂ ରାଣୀ ଦେବୀ ।
ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଏହି ଘଟଣା ରାଜ୍ୟରେ ଶାସନ କରୁଥିବା ଏନଡିଏ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସେହିପରି ଏହି ଘଟଣା ଜଣାପଡ଼ିବା ପରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖାଦେଇଛି ଓ ସରକାରଙ୍କୁ ଆକ୍ରମଣ କରିବାକୁ ବିରୋଧୀ ଦଳଙ୍କୁ ଏକ ପ୍ରସଙ୍ଗ ମିଳିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/07/witch1-2025-07-07-19-09-37.jpg)