ଜମ୍ମୁ-କଶ୍ମୀର ପୁଲିସ୍‌ର ବଡ଼ ସଫଳତା; ଜଏଣ୍ଟ୍‌ ଅପରେସନ୍‌ରେ ୫ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷା ବଳ ଦ୍ୱାରା କରାଯାଇଥିବା ଜଏଣ୍ଟ୍‌ ଅପରେସନ୍‌ ଦ୍ୱାରା ଲସ୍କର-ଇ-ତୋଇବା ଓ ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନର ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଜଏଣ୍ଟ୍‌ ଅପରେସନ୍‌ରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ସହ ୧୨ରୁ ଊର୍ଧ୍ୱ ଜଣ ଗୁରୁତର ଆହତ ହୋଇଛନ୍ତି।

ସେନା ମୁଖପାତ୍ର କଲୋନେଲ୍‌ ରାଜେଶ କଲିଆ କହିଛନ୍ତି, ‘ଅପରେସନ୍‌ରେ ମୃତ୍ୟୁ ଘଟିଥିବା ୫ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ୫ ଜଣ ଆତଙ୍କବାଦୀଙ୍କ ହତ୍ୟାକୁ ପୁଲିସ୍‌ ଏକ ସଫଳତା ବୋଲି ବିବେଚନା କରିଛି। ସେହି ଆତଙ୍କବାଦୀମାନେ ପୁଲିସ୍‌ କର୍ମୀ, ବ୍ୟାଙ୍କ୍‌ ଗାର୍ଡଙ୍କୁ ହତ୍ୟା କରି ବ୍ୟାଙ୍କ୍‌ ଲୁଟ୍‌ କାର୍ଯ୍ୟ କରିବା ପାଇଁ ସାମିଲ୍‌ ଥିଲେ।

ଏ ସଂପର୍କରେ ସବିଶେଷ ବିବରଣୀ ଦେଇ ପୁଲିସ୍‌ ମୁଖପାତ୍ର କହିଛନ୍ତି କି ‘ଆତଙ୍କବାଦୀଙ୍କ ଉପସ୍ଥିତି ଉପରେ ବିଶ୍ୱାସଯୋଗ୍ୟ ସୂଚନା ଆଧାରରେ ସୁରକ୍ଷା ବଳ ମଧ୍ୟରାତ୍ରରେ କୁଲଗାମର କ୍ୱାଜିଗୁଣ୍ଡ ଅଞ୍ଚଳରେ ଏକ ଅଭିଯାନ ଆରମ୍ଭ କରିଥିଲା।’

ସର୍ଚ ଅପରରେସନ୍‌ ଚାଲିଥିବା ସମୟରେ ଆତଙ୍କବାଦୀମାନଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଥିଲା। ସାଧାରଣ ନାଗରିକମାନେ ସ୍ଥାନ ଛାଡ଼ି ଦୂରକୁ ପଳାଇଥିଲେ। ପରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା।

ସମ୍ବନ୍ଧିତ ଖବର