କଂଗ୍ରେସ ଛାଡି ବିଜେପିରେ ମିଶିଲେ ୫ ଜଣ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ମଣିପୁରର ପାଞ୍ଚଜଣ ପୂର୍ବତନ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଇସ୍ତଫା ଦେବା ପରେ ଏହି ସମସ୍ତ ବିଧାୟକ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡାଙ୍କୁ ଭେଟିଛନ୍ତି । ଏଠାରେ ସୂଚନା ଥାଉ କି ଚଳିତ ମାସ ଆରମ୍ଭରେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସହଜରେ ଆସ୍ଥାଭୋଟରେ ଜିତିଥିଲେ। ଏହି ସମୟରେ କଂଗ୍ରେସର ୬ ଜଣ ବିଧାୟକ ଦଳର ହ୍ୱିପ ଉଲ୍ଲଂଘନ କରି ବିଧାନସଭାର ଏକ ଦିନିଆ ଅଧିବେଶନରେ ଅନୁପସ୍ଥିତ ରହିଥିଲେ ।

ଏହା ପରେ ଏହି ବିଧାୟକମାନେ ବିଧାନସଭାର ସଦସ୍ୟତା ସହିତ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହି ବିଦ୍ରୋହୀ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଆଜି ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡାଙ୍କୁ ଭେଟିଥିଲେ ।


ସୂଚନାଯୋଗ୍ୟ ଯେ ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନ ବିରେନ ସିଂ ସରକାର ରାଜ୍ୟ ବିଧାନସଭାରେ ୧୬ଟି ବିପକ୍ଷରେ ୨୮ଟି ଭୋଟରେ ଆସ୍ଥାଭୋଟ୍ ଜିତିଥିଲେ । କାରଣ କଂଗ୍ରେସର ୬ ଜଣ ବିଧାୟକ ଆସ୍ଥା ଭୋଟ ଦିନ ଅନୁପସ୍ଥିତ ରହିଥିଲେ | ଏହି ବିଧାୟକମାନେ ଅଗଷ୍ଟ ୧୦ରେ ବିଧାନସଭାରେ ଇସ୍ତଫା ଦେଇଥିଲେ ଓ ଅଗଷ୍ଟ ୧୧ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର