ମେଘାଳୟରେ କଂଗ୍ରେସକୁ ବଡ ଝଟକା, ସମସ୍ତ ୫ ଜଣ ବିଧାୟକ ଦେଲେ ଇସ୍ତଫା

ଇମ୍ଫାଲ: ମଣିପୁରରେ ନିର୍ବାଚନ ମାହୋଲ ଏବେ ସରଗରମ ଥିବାବେଳେ ମେଘାଳୟରେ କଂଗ୍ରେସ ଦଳକୁ ଏକ ବଡ ଝଟକା ଲାଗିଛି। କଂଗ୍ରେସର ପାଞ୍ଚଜଣ ବିଧାୟକ ସର୍ବସମ୍ମତି କ୍ରମେ ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (MDA) ରେ ସାମିଲ ହୋଇଛନ୍ତି | ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ ହେଉଛି ରାଜ୍ୟରେ ଶାସକ ଦଳର ମିଳିତ ସରକାର। କଂଗ୍ରେସ ଛାଡି ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସରେ ଯୋଗ ଦେଇଥିବା ପାଞ୍ଚଜଣ ବିଧାୟକଙ୍କ ହେଉଛନ୍ତି ସିଏଲପି ନେତା ଅମ୍ପାରିନ ଲିଙ୍ଗଡୋହ, ମିରଲବୋର୍ନ ସିମ, ମୋହେଣ୍ଡ୍ରୋ ରାପସଙ୍ଗ, କିମ୍ପା ମାରାବିଆଙ୍ଗ ଏବଂ ପିଟି ସକ୍ମି ।

କଂଗ୍ରେସ ଛାଡିଥିବା ଅମ୍ପାରିନ୍ ଲିଙ୍ଗଡୋହ କହିଛନ୍ତି ଯେ ଆମକୁ ଧୋକା ଦିଆଯାଇଥିବାରୁ ଆମେ ଏହି ପଦକ୍ଷେପ ନେଇଛୁ। କାରଣ ଯଦି ଆମେ ଏହା ନକରିବୁ, ତେବେ ଆମେ ଅସୁବିଧାରେ ପଡ଼ିବୁ | ଲୋକମାନେ ଆମକୁ ବିଜୟ ଦେଇଛନ୍ତି | ଖବର ଅନୁଯାୟୀ ମଙ୍ଗଳବାର ଦିନ ଏହି ପାଞ୍ଚଜଣ ବିଧାୟକ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ଭେଟିଥିଲେ ।

ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ ହେଉଛି ରାଜନୈତିକ ଦଳର ଏକ ମିଳିତ ମଞ୍ଚ ଯାହା ୨୦୦୩ ବିଧାନସଭା ନିର୍ବାଚନ ପରେ ମେଘାଳୟରେ ସରକାର ଗଠନ କରିଥିଲା। ସେତେବେଳେ ଏହାକୁ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷତା କରିଥିଲା। ମେଘାଳୟରେ କଂଗ୍ରେସର ୧୭ ଜଣ ବିଧାୟକ ଥିଲେ। ଏଥିମଧ୍ୟରୁ ୧୨ ଜଣ ଟିଏମସିରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ ପାଞ୍ଚଜଣ ବିଧାୟକ ଦଳ ଛାଡିଛନ୍ତି।

ସମ୍ବନ୍ଧିତ ଖବର