କେରଳରେ ଆଉ ୫ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ତିରୁବନନ୍ତପୁରମ: କେରଳ ରାଜ୍ୟରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର ଦିନ କହିଛନ୍ତି। ଏହାକୁ ମିଶାଇ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ୫ଜଣ ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ପତନମତିତ୍ତର ବାସିନ୍ଦା। ସେମାନଙ୍କ ମଧ୍ୟରୁ ତିନିଜଣ ଫେବ୍ରୁଆରି ୨୯ ତାରିଖ ଦିନ ଇଟାଲିରୁ ଫେରିଥିଲେ। ଏହି ତିନିଜଣଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ କୁଟୁମ୍ବର ଅନ୍ୟ ଦୁଇଜଣ କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ପତନମତିତ୍ତ ଜେନେରାଲ୍‌ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।

Image Source: The Economics Times

ମନ୍ତ୍ରୀ କହିଛନ୍ତି ଯେ ଏହା ଇଟାଲି ଫେରନ୍ତା ବ୍ୟକ୍ତିମାନଙ୍କର ଦାୟିତ୍ୱହୀନତା। ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ବିଷୟରେ ସୂଚନା ଦେଇ ନ ଥିଲେ।
ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଜ୍ୱର ଓ ଥଣ୍ଡା ଧରିଥିବା ଲୋକମାନେ ସୋମବାର ଦିନ ରାଜଧାନୀ ତିରୁବନନ୍ତପୁରମ୍‌ରେ ହେବାକୁ ଥିବା ମହିଳା ଉତ୍ସବ ଅତ୍ତୁକଲ୍‌ ପୋଙ୍ଗଲ୍‌ରେ ଭାଗ ନ ନିଅନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି।

ପତନମତିତ୍ତ ଜିଲ୍ଲା କଲେକ୍ଟର୍‌ ଆଜି ସନ୍ଧ୍ୟାବେଳେ ଏଥିପାଇଁ ଏକ ଜରୁରୀ ବୈଠକ ଡକାଇଛନ୍ତି।

ସମ୍ବନ୍ଧିତ ଖବର