ବିବାହ ଭୋଜିରୁ ଫେରୁଥିବା ବେଳେ କୋଲକାତାରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକର ୫ ଓଡ଼ିଆ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କୋଲକାତା: କୋଲକାତାର ହାଓ୍ଵଡା ଶଙ୍କରାଇ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲ। ତେବେ ସମସ୍ତ ମୃତାହତ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି।

ସାଙ୍କେତିକ ଫଟୋ

ସୂଚନାଯୋଗ୍ୟ, ବାଲେଶ୍ୱର, ଯାଜପୁର ଓ ଭଦ୍ରକରୁ ୮ଜଣ ଯୁବକ କାର ଯୋଗେ କୋଲକାତାକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ହାଓ୍ଵଡାରୁ ବିବାହ ଭୋଜି ଖାଇ ଫେରୁଥିବା ବେଳେ କାରଟି ଶଙ୍କରାଇ ନିକଟରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ଚକିତ୍ସା ପାଇଁ ସ୍ଥାନୀୟ ଢ଼ୁଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି।

 

 

ସମ୍ବନ୍ଧିତ ଖବର