ଡେରାଡୁନ୍: ରୁଦ୍ରପରାଗ ଜିଲ୍ଲାର ଏକ ନିଶ୍ଚିତ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ପାଇଲଟଙ୍କ ସହ ବିମାନରେ ଥିବା ୫ ଯାତ୍ରୀ। ହେଲିପ୍ୟାଡ୍ରେ ହେଲିକପ୍ଟର ପକ୍ଷୀ ବାଜିବାରୁ ଏହି ଦୁର୍ଘଟଣା ଘଟିଥିଲା। ରୁଦ୍ରପରାଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମଙ୍ଗେସ୍ ଘିଲ୍ଦିଆଲ୍ କହିଛନ୍ତି କି ହେଲିକପ୍ଟର ପକ୍ଷୀଟି ହେଲିପ୍ୟାଡ୍ରେ ବାଜିବା ପରେ ହେଲିକପ୍ଟରଟି ଆୟତ୍ତରେ ରହି ପାରିନଥିଲା। ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ପାଇଲଟ୍ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ‘ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ଉତ୍ତରାଖଣ୍ଡର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ୟୁସିଏଡିଏ)କୁ ପଠାଇବୁ। ୟୁସିଏଡିଏ ଏହି ଘଟଣାର ତଦନ୍ତ କରିବ।’
New Indian Expressଜିଲ୍ଲା ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ଅଫିସର୍ ହରିଶ ଶର୍ମା କହିଛନ୍ତି, ‘ହେଲିକପ୍ଟରଟି ସେପରି କୌଣସି ଭୟଙ୍କର ଦୁର୍ଘଟଣାକୁ ସାମ୍ନା କରିନାହିଁ। ମାତ୍ର ଯେତେବେଳେ ଏହା କେଦାରନାଥ ହେଲିପ୍ୟାଡ୍ରୁ ଉଡ଼ାଣ ଭରୁଥିଲା ହେଲିକପ୍ଟର ପକ୍ଷୀ ଏକ ରୋଲିଂରେ ପିଟି ହୋଇ ଯାଇଥିଲା। ପିଟିହେବା ପରେ ହେଲିକପ୍ଟରରେ କିଛି ତ୍ରୁଟି ରହିଛି ବୋଲି ଅନୁଭବ କରିବା ପରେ ପାଇଲଟ୍ ହେଲିକ୍ଟରକୁ ଲ୍ୟାଣ୍ଡ୍ କରି ଦେଇଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/ea5cbc78-ddfb-11e9-93be-d8edb8f85faf.jpg)