ନୂଆଦିଲ୍ଲୀ : କଥାରେ ଅଛି ସବୁ ଚମକୁଥିବା ସବୁ ଜିନିଷ ସୁନା ନୁହେଁ । ସେଭଳି ବାହାରକୁ ଚମକୁଥିବା ସବୁ ପଞ୍ଚତାରକା ହୋଟେଲରେ ଅତିଥିମାନଙ୍କ ସୁରକ୍ଷାକୁ ନେଇ ସେତେଟା ଧ୍ୟାନ ଦିଆ ଯାଇ ନ ଥାଏ । ପଞ୍ଚ ତାରକା ହୋଟେଲ ସବୁ କିଛି ଠିକ୍‌ ଏବଂ ପରିଷ୍କାର ପରିବେଶରେ ହେଉଥିବ ବୋଲି ଲୋକମାନଙ୍କ ମନରେ ବିଶ୍ୱାସ ରହି ଆସିଛି । ଯାହା ପାଇଁ ସେମାନେ ଆଖି ବୁଜି ହୋଟେଲର ସର୍ଭିସ ଉପରେ ଭରସା କରିଥାନ୍ତି । କିନ୍ତୁ ଚୀନ୍‌ର ଏକ ପଞ୍ଚତାରକା ହୋଟେଲର ଭାଇରାଲ ଭିଡ଼ିଓ ଦେଖିବା ପରେ ବୋଧ ହୁଏ ଲୋକମାନେ ଅନ୍ଧ ଭାବରେ କୌଣସି ଜିନିଷକୁ ଭରସା କରିବେ ନାହିଁ ।

Advertisment

ସୂଚନା ମୁତାବକ, ଚୀନ୍‌ର ଏକ ପଞ୍ଚତାରକା ହୋଟେଲର ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ସଫେଇ କର୍ମଚାରୀ ଟଏଲେଟ୍‌ ପ୍ୟାନ୍‌ ସଫା କରୁଥିବା ଦେଖାଯାଇଛି । କିଛି ସମୟ ପରେ ସଫେଇ କର୍ମଚାରୀ ଟଏଲେଟ୍‌ ପ୍ୟାନ୍‌ ସଫା କରୁଥିବା କପଡ଼ା ନେଇ ପାଣି ପିଇବା ଗ୍ଲାସକୁ ସଫା କରିବା ଆରମ୍ଭ କରୁଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ହୋଟେଲର ପରିଷ୍କାର ପରିଚ୍ଛନ୍ନତା ଉପରେ ଏବେ ପ୍ରଶ୍ନ ଉଠିଛି ।