ଚଳିତ ବର୍ଷ ୫ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ: ଫେବ୍ରୁଆରିରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ

ନୂଆଦିଲ୍ଲୀ: ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବ୍ରୁଆରି ମାସରେ ନିର୍ବାଚନ କମିସନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ତାରିଖ ଘୋଷଣା କରାଯାଇପାରେ । ମେ ମାସରେ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏପ୍ରିଲ ମାସ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଯୋଜନା କରୁଛନ୍ତି ନିର୍ବାଚନ ଆୟୋଗ । ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ଟି ରାଜ୍ୟ ହେଉଛି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ । କେରଳ ବିଧାନସଭାରେ ୧୪୦ ଆସନ ଥିବା ବେଳେ ପୁଡୁଚେରୀରେ ୩୦, ଆସାମରେ ୧୨୬, ତାମିଲନାଡୁରେ ୨୩୪ ଓ ପଶ୍ଚିମବଙ୍ଗରେ ୨୯୪ ଓ ତାମିଲନାଡୁରେ ୨୩୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ସେହିଭଳି ତାମିଲନାଡୁ ସରକାରଙ୍କ କାର୍ଯ୍ୟକାଳ ୨୦୨୧ ମେ ମାସ ୨୪ ରେ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦, ଆସାମ ସରକାରଙ୍କ କାର୍ଯ୍ୟକାଳ ମେ ୩୧ ରେ ଶେଷ ହେଉଛି । ଏହାସହ ପୁଡୁଚେରୀ ସରକାରଙ୍କ କାର୍ଯ୍ୟକାଳ ଜୁନ୍୧ ତାରିଖ ଓ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୮ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏସବୁ ରାଜ୍ୟର ସରକାରକୁ ଭଙ୍ଗ କରି ଏକ ସମୟରେ ଏହି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରାଯାଉଥିବା ସୂଚନା ମଳିଛି ।

Maharashtra Assembly Election 2019: Result date, full schedule, counting of  votes, exit poll predictions
Business Today

ଅନ୍ୟପଟେ ପଶ୍ଚମବଙ୍ଗରେ ମମତା ସରକାରକୁ କ୍ଷମତାରୁ ହଟାଇବାକୁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ସେହିଭଳି କେରଳରେ ବିଜେପିର ମାତ୍ର ଗୋଟିଏ ବିଧାୟକ ଥିବା ବେଳେ ସେଠାରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳା ଫଳକୁ ନଜର କଲେ ସେଠାରେ ପୁଣିଥରେ ଏଲଡିଏଫ୍ କ୍ଷମତାକୁ ଆସିପାରେ ବୋଲି ଅନୂୁମାନ କରାଯାଉଛି । ଅନ୍ୟପଟେ ତାମିଲନାଡୁ ଦଖଲ କରିବାକୁ ପୁରା ଜାଲ ବିଛାଇ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ।

ସମ୍ବନ୍ଧିତ ଖବର