ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ନିମ୍ନମତେ ଥିବା ଜଣାପଡ଼ିଛି। ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି। ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି।

Advertisment

ଉତ୍ତର ପ୍ରଦେଶରେ ବିଜେପି ୨୬୪ଟି ଆସନରେ ଆଗୁଆ ଥିବା ବେଳେ ୫୯ଟି ଆସନରେ ପଛୁଆ ଚାଲିଛି। ସେହିପରି ସମାଜବାଦୀ ପାର୍ଟି ୧୧୯ଟି ଆସନରେ ଅଗ୍ରଣୀ ରହିଛି। ବିଏସ୍‌ପି ୮ଟି ଆସନରେ ଆଗୁଆ ଥିବା ‌ବେଳେ ୧୧ଟି ଆସନରେ ପଛୁଆ ରହିଛି। କଂଗ୍ରେସ ୬ଟି ଆସନରେ ଆଗୁଆ ଥିବା ବେଳେ ୧ଟି ଆସନରେ ପଛରେ ରହିଛି। ଏହାଛଡ଼ା, ଅନ୍ୟାନ୍ୟ ଦଳମାନେ ୫ଟି ଆସନରେ ଅଗ୍ରଣୀ ରହିଛନ୍ତି।

publive-image Image Courtesy of Deccan Herald

ପଞ୍ଜାବରେ ଆପ୍‌ ୮୮ଟି ଆସନରେ ଅଗ୍ରଣୀ ରହିବା ସହ ୬୮ଟି ଆସନରେ ଟ୍ରେଣ୍ଡିଙ୍ଗ୍‌ କରୁଛି। କଂଗ୍ରେସ୍‌ ୧୨ଟି ଆସନରେ ଆଗୁଆ ଥିବା ବେଳେ ୬୫ଟି ଆସନରେ ପଛୁଆ ରହିଛି। ଅକାଳୀ ୧୧ଟିରେ ଆଗୁଆ ଥିବା ବେଳେ ୪ଟିରେ ପଛୁଆ ରହିଛି। ବିଜେପି ୫ଟିରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ରହିଛନ୍ତି।

publive-image Image Courtesy of The Financial Express

ଉତ୍ତରାଖଣ୍ଡରେ ବିଜେପି ୪୫ଟି ଆସନରେ ଅଗ୍ରଣୀ ଥିବା ବେଳେ ୧୨ଟି ଆସନରେ ପଛୁଆ ରହିଛି। କଂଗ୍ରେସ ୨୨ଟି ଆସନରେ ଅଗ୍ରଣୀ ରହିଥିବା ବେଳେ ୧୧ଟି ଆସନରେ ଟ୍ରେଣ୍ଡିଙ୍ଗ୍‌ କରୁଛି। ବିଏସ୍‌ପି ୧ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି।

ଗୋଆରେ ବିଜେପି ୧୯ଟି ଆସନରେ ଅଗ୍ରଣୀ ରହିଛି। କଂଗ୍ରେସ ୧୩ଟି ଆସନରେ ଆଗୁଆ ଥିବା ବେଳେ ୭ଟି ଆସନରେ ପଛୁଆ ରହିଛି। ତୃଣମୂଳ କଂଗ୍ରେସ ୫ଟି ଆସନରେ ଅଗ୍ରଣୀ ଥବା ବେଳେ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ଅଛନ୍ତି।

ମଣିପୁରରେ ବିଜେପି ୨୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି ଓ ୧୫ଟି ଆସନରେ ପଛେଇ ଚାଲିଛି। ଏନ୍‌ପିପି ୮ଟି ଆସନରେ ଅଗ୍ରଣୀ ଥବା ବେଳେ ଜେଡିୟୁ ୫ଟି ଏବଂ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ରହିଛନ୍ତି।