ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ସାମ୍ବାଦିକତା ଅନୁଷ୍ଠାନ ମଧ୍ୟରେ ଦୁଇ ଗୋଷ୍ଠୀଙ୍କ ଭିତରେ ଲଢ଼େଇ ହୋଇଛି। ଜାଣିବାକୁ ମିିଳିଛି ଯେ ଅନୁଷ୍ଠାନ ମଧ୍ୟରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଚିଡ଼ାଇବା ପରେ ଏହି ଗଣ୍ଡଗୋଳ ଉପୁଜିଥିଲା।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣକ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସହ ତାଙ୍କୁ ଚିଡ଼ାଇଥିଲେ। ଯୁବକଙ୍କ ଏପରି ଆଚରଣକୁ ଯେତେବେଳେ ଯୁବତୀଙ୍କର କିଛି ବନ୍ଧୁ ରୋକିଥିଲେ ତ ଦୁଇ ପକ୍ଷରେ ଏନେଇ ବବାଦ ଉପୁଜିଥିଲା।
ଏ ସଂପର୍କରେ ଖବର ପାଇବା ପରେ ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଏହି ଘଟଣାକୁ କେନ୍ଦ୍ର କରି ଏବେ ସୁଦ୍ଧା ସମୁଦାୟ ୪ ଜଣକୁ ବାନ୍ଧି ସାରିଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ମିଳିଛି ଯେ କେବଳ ସେହି ଅନୁଷ୍ଠାନର ପିଲା ନୁହେଁ, ଏହି ଘଟଣାରେ ଅନୁଷ୍ଠାନ ବାହାରର କିଛି ପିଲା ବି ସଂପୃକ୍ତ ଅଛନ୍ତି।
ପୀଡ଼ିତା ଯୁବତୀ ବୟାନ ଦେଇ କହିଛନ୍ତି ଯେ ସେ ଯେତେବେଳେ ଚା ପିଇବାକୁ ବାହାରକୁ ଯାଇଥିଲେ ତାଙ୍କ ସହ ଏପରି ଘଟିଥିଲ। ପୁଲିସ୍ ଏବେ ଘଟଣାର ତଦନ୍ତ କରୁଛି।