ଲଣ୍ଡନ : ଭାରତରୁ ଇଂଲଣ୍ଡରେ ପହଞ୍ଚିଥିବା ୫୦ରୁ ଅଧିକ ଭାରତୀୟ ଛାତ୍ର ଆଧୁନିକ ଦାସତ୍ୱର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଏ ସଂକ୍ରାନ୍ତରେ ଭାରତୀୟ ହାଇକମିଶନ ସହାୟତାର ପ୍ରତିଶ୍ରୁତି ଦେବା ସହ ଟୁଇଟ୍ ଜରିଆରେ ଯୋଗାଯୋଗ କରିବାକୁ କହିଛନ୍ତି।

Advertisment

ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ କହିଛନ୍ତି ଯେ ଆମେ ଭୟ କରୁଛୁ ଯେ ଏହି ଭାରତୀୟ ଛାତ୍ରମାନେ ଶୋଷିତ ହୋଇଛନ୍ତି, ଆମେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ । ସେମାନେ ତୁରନ୍ତ ଆମ ସହ ଯୋଗାଯୋଗ କରନ୍ତି । ସେହିପରି ବ୍ରିଟେନ ସରକାରଙ୍କ ଶ୍ରମ ସଂପର୍କିତ ତଦନ୍ତକାରୀ ସଂସ୍ଥା ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ  ମାମଲା ରୁ୍ଜ୍ଜୁ ପାଇଁ ଅଦାଲତରୁ ନିର୍ଦ୍ଦେଶ ପାଇଥିବା କହିଛି ।

୫୦ରୁ ଅଧିକ ଭାରତୀୟ ଛାତ୍ର ଆଧୁନିକ ଦାସ ଓ ଶ୍ରମିକ ଶୋଷଣ ବୋଲି ସନ୍ଦେହ କରାଯାଉଛି ବୋଲି ତଦନ୍ତକାରୀ ସଂସ୍ଥା କହିଛି । ନର୍ଥ ୱେଲ୍ସର କେୟାର ହୋମ୍ସରେ କାମ କରୁଥିବା ୫ ଜଣ ଏଜେଣ୍ଟଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଲୋକମାନେ ଗରିବ ଭାରତୀୟମାନଙ୍କୁ ଆଣି ଲଣ୍ଡନରେ ନିଯୁକ୍ତି ଦେଇଥିଲେ ଏବଂ ପରେ ସେମାନଙ୍କୁ ଶୋଷଣ କରିବା ଆରମ୍ଭ କରିଥିଲେ । ଗିରଫ ହୋଇଥିବା ୫ ଜଣ ହେଲେ ମାଥ୍ୟୁ ଆଇଜାକ୍ (୩୨), ଜିନୁ ଚେରିଆନ୍ (୩୦), ଆଲ୍ଦୋସ୍ ଚେରିଆନ୍ (୨୫), ଆଲ୍ଧୋସ୍ କୁରିଆଚାନ୍ (୨୫) ଓ ଜାକବ ଲିଜୁ (୪୭)। ଏମାନେ ସମସ୍ତେ ମୂଳତଃ କେରଳର ବାସିନ୍ଦା ।