କଶ୍ମୀର : ବାରାମୂଲାରୁ ୫ ସଂଦିଗ୍ଧ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଉତ୍ତର କଶ୍ମୀରର ବାରାମୂଲା ଜିଲ୍ଲାର ସପୋର ଟାଉନରୁ ଆଜି ୫ ଜଣ ସଂଦିଗ୍ଧ ଆତଙ୍କବାଦୀ ଦୁଇ ଅଲଗା ଅଲଗା ସ୍ଥାନରୁ ଗିରଫ ହୋଇଛନ୍ତି । ଏମାନେ ପାକିସ୍ତାନ ସମର୍ଥୀତ ଆତଙ୍କବାଦୀ ସଂଗଠନ ଲସ୍କର ଇ-ତୋଇବାର ସଦସ୍ୟ ବୋଲି ସଂଦେହ କରାଯାଉଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏମାନଙ୍କ ମଧ୍ୟରୁ ହିଲାଲ ଅହମ୍ମଦ,ସଲୀଲ ନାଜିର, ପୀରଜାଦା ମହମ୍ମଦ ଜାହିର ବିଗତ କିଛି ଦିନ ହେଲା ଲୋକମାନଙ୍କୁ ଧମକେଇବା, ଧମକପୂର୍ଣ୍ଣ ପୋଷ୍ଟର ଲଗାଇବା, ଲୋକଙ୍କ ହତ୍ୟା କରିବା କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଜଣାପଡିଛି । ଅନ୍ୟ ଦୁଇଜଣଙ୍କୁ କୁପଓ୍ଵାଡା ବାଇପାସ କ୍ରସିଂ ନିକଟସ୍ଥ ଏକ ଚେକପୋଷ୍ଟରୁ ସୁରକ୍ଷା ବଳ ଗିରଫ କରିଛନ୍ତି । ଏମାନଙ୍କ ନାଁ ହେଉଛି ଉଲଫତ ବସୀର ମୀର, ଅଇଜାଜ ଅହମ୍ମଦ ଭଟ୍ଟ । ଏମାନେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି । ଏମାନଙ୍କ ପାଖରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି । ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର