ଶ୍ବାସରୁଦ୍ଧ ହୋଇ ୫ ସଫେଇ କର୍ମୀ ମୃତ

ଗାଜିଆବାଦ: ଗାଜିଆବାଦରେ ନନ୍ଦଗ୍ରାମରେ ସିୱର ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସିୱର ସଫା କରବା ପାଇଁ ଠିକା ନେଇଥିବା ବ୍ୟକ୍ତିର ନିର୍ଦ୍ଦେଶକ୍ରମେ ଅସୁରକ୍ଷିତ ଅବସ୍ଥାରେ ୫ ସଫେଇ କର୍ମଚାରୀ ସିୱରରେ ପ୍ରବେଶ କରିଥିଲେ ଏବଂ ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମାମଲା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର