ମୁମ୍ବାଇ: ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ରବିବାର ଏକ ବଡ଼ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ପାଣିଟାଙ୍କି ସଫା ବେଳେ ସେମାନେ ଅଣନିଶ୍ବାସୀ ହୋଇଯାଇଥିଲେ ।
ସୂଚନା ଅନୁସାରେ ଶ୍ରମିକମାନେ ଏକ ନିର୍ମାଣ କୋଠାର ଭୂତଳ ପାଣି ଟାଙ୍କିକୁ ସଫା କରିବା ପାଇଁ ପଶିଥିଲେ। ତେବେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଜେଜେ ଥାନା ଅଧୀନ ଦିମ୍ତିଖାର ରୋଡରେ ଥିବା ବିସ୍ମିଲ୍ଲା ସ୍ପେସ୍ ନାମକ ଏକ ନିର୍ମାଣ କୋଠାରେ ଏହି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ସଫେଇ ପାଇଁ ଟାଙ୍କି ଭିତରକୁ ୫ ଜଣ ଶ୍ରମିକ ପଶିଥିଲେ। ତେବେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଙ୍କ ସୂଚନା ଅନୁଯାୟୀ, ପାଣି ଟାଙ୍କି ସଫା କରିବାକୁ ଯାଇଥିବା କର୍ମଚାରୀମାନେ ସଫେଇ ସମୟରେ ଭିତରେ ଅଚେତ ହୋଇପଡ଼ିଥିଲେ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସମସ୍ତ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସରକାରୀ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)