ମୁମ୍ବାଇ: ମୃତ୍ୟୁ କେତେବେଳେ ଆସିବ ବା କେମିତି ଆସିବ ତାହାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ଆମେ କେବେ କେବେ ଦେଖିବାକୁ ପାଇଥାଉ କି ସୁନିଶ୍ଚିନ୍ତ ମୃତ୍ୟୁ ମୁଖରୁ ମଣିଷ ଫେରିଆସୁଥିବା ବେଳେ ସାମାନ୍ୟ ଆଘାତରେ ମଣିଷ ପ୍ରାଣ ହରାଇଥାଏ ।
ଶନିବାର ମଧ୍ୟାହ୍ନରେ ଲିଫ୍ଟ ଦୁର୍ଘଟଣାରେ ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ମହମ୍ମଦ ହୋଜେଫା ଶୈଖ୍ ନାମକ ଜଣେ ବାଳକ ଲିଫ୍ଟର ବାହାର ଓ ଭିତର ଦ୍ୱାର ମଧ୍ୟରେ ଫସି ଯାଇଥିଲା । ହେଲେ ଲିଫ୍ଟର ବଟମ୍ ଅନ୍ କରିଦେଇଥିବାରୁ ଲିଫ୍ଟ ଟି ଉପରକୁ ଚାଲିବା ଆରମ୍ଭ କରିଦେଇଥିଲା । ଏଥିରେ ନାବାଳକ ଜଣଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡିଥିଲା । ଏହାପରେ ୪ର୍ଥ ମହଲା ନିକଟରେ ବାଳକଟିର ଖଣ୍ଡ ବିଖଣ୍ଡିତ ଶରୀର ଲିଫ୍ଟର ଡକ୍ ମଧ୍ୟକୁ ଖସିପଡିଥିଲା । ମହାରାଷ୍ଟ୍ର ଧାରାବୀରେ ଘଟିଥିବା ଏହି ଘଟଣାକୁ ନେଇ ସାହୋ ଥାନାର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଏହାଦେଖି ତୁରନ୍ତ ଅଗ୍ନିସମ ବିଭାଗ ଓ ପୁଲିସକୁ ସୂଚନା ଦିଆଗଲା । ହେଲେ ସେମାନେ ପହଂଚି ହୋଜେଫ୍ କୁ ଉଦ୍ଧାର କରିବା ବେଳକୁ ହୋଜେଫ୍ ର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ଏନେଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୁଲିସ। ହେଲେ ସିସିଟିଭି ଫୁଟେଜରୁ କୌଣସି ସନ୍ଦିଗ୍ଧର ସୂଚନା ନମିଳିବାରୁ ପୁଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ରିପୋର୍ଟ କରିଛି ।