୪ ବର୍ଷ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଝିଅ ବୋଲି ଭାବି ଆସୁଥିଲେ ପରିବାର ଲୋକେ,୪ବର୍ଷ ପରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଲୋକେ ଯାହାକୁ ୪ବର୍ଷ ପର୍ଯ୍ୟନ୍ତ ଝିଅ ବୋଲି ଭାବି ଆସୁଥିଲେ ସେ ପ୍ରକୃତରେ ପୁଅ ଥିଲା ବୋଲି ଜଣାପଡ଼ିଛି । ଡ଼ାକ୍ତରୀ ପରୀକ୍ଷା ପରେ ଏହା ପ୍ରମାଣ ହେବାରୁ ପରିବାର ଲୋକଙ୍କୁ ଏବେ ଶକ୍ତ ଝଟ୍‌କା ଲାଗିଛି । ଅୟମାନ ମହମ୍ମଦ ଖାନ୍‌ଙ୍କ କ୍ରୋମୋଜମ ପରୀକ୍ଷା କରାଯିବା ପରେ ପୁରୁଷମାନଙ୍କ ମଧ୍ୟରେ ଯେଉଁ କ୍ରୋମୋଜମ ଦେଖାଯାଏ ସେହି କ୍ରୋମୋଜମ ତାଙ୍କ ଠାରେ ଦେଖିବାକୁ ପାଇଥିଲେ ଡ଼ାକ୍ତର । ଜଣେ ଝିଅ ହୋଇ ଶରୀରରେ ପୁରୁଷମାନଙ୍କ କ୍ରୋମୋଜମ କିପରି ରହି ପାରିବ ତାହା ଡ଼ାକ୍ତରଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । କିନ୍ତୁ ପରେ ଦ୍ୱନ୍ଦ୍ୱ ଦୂର ହୋଇଥିଲା ।

DNA India

ଜନ୍ମ ସମୟରେ ମହମ୍ମଦ ଅଲ୍ଲୀ ଖାନ୍‌ଙ୍କ ପୁଅ ଅୟମାନ ମହମ୍ମଦର ଯୌନାଙ୍ଗ ଠିକ୍‌ ଭାବରେ ବିକଶିତ ହୋଇ ନଥିବାରୁ ତାକୁ ଝିଅ ବୋଲି ଭାବି ନେଇଥିଲେ ପରିବାର ଲୋକେ । କିନ୍ତୁ ପରେ ସବୁ ଜାଣିବା ପରେ ଗୁରୁବାର ଅୟମାନ ମହମ୍ମଦଙ୍କ ଏହି ସମସ୍ୟା ଦୂର କରିବା ପାଇଁ ତାଙ୍କୁ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠି ତାଙ୍କର ଯୌନାଙ୍ଗର ପୁନଃନିର୍ମାଣ ସର୍ଜରି କରାଯିବ । ଏବେ ଅୟମାନ ମହମ୍ମଦଙ୍କ ହରମୋନ ବଦଳାଇବା ପାଇଁ ଔଷଧ ଦିଆ ଯାଉଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କ ସର୍ଜରି କରାଯିବ ବୋଲି ଡ଼ାକ୍ତର ଜଣାଇଛନ୍ତି ।

ସମ୍ବନ୍ଧିତ ଖବର