ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ପକାଇଲେ ୫ ବର୍ଷ ଜେଲ ହୋଇପାରେ

ରେଳ ବିଭାଗର ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ଏସ୍‌ସିଆର୍) ପକ୍ଷରୁ ମଙ୍ଗଳବାର ବନ୍ଦେ ଭାରତ ଟ୍ରେନ୍ ଉପରେ ଟେକାପଥର ପକାଇବା ପରି ସମାଜବିରୋଧୀ କାର୍ଯ୍ୟ ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଯେଉଁମାନେ ଏପରି କାର୍ଯ୍ୟ କରିବେ ଧରାପଡ଼ିଲେ ସେମାନଙ୍କୁ ୫ ବର୍ଷର ଜେଲଦଣ୍ଡ ମଧ୍ୟ ମିଳିପାରେ ବୋଲି ଚେତାବନୀ ଦିଆଯାଇଛି।

ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଏବଂ ଅନ୍ୟତ୍ର ବନ୍ଦେ ଭାରତ ଟ୍ରେନ୍ ଉପରେ ଟେକାପଥର ଫିଙ୍ଗାଯିବାର ଅନେକ ଘଟଣା ଘଟିବା ପରେ ରେଳ ବିଭାଗ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର