ସେନା ପୋଷାକ ପିନ୍ଧି ଜାତୀୟ ସଙ୍ଗୀତ ଗାଇଲା ୫ବର୍ଷର ଶିଶୁ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଦେଶଭକ୍ତିକୁ ନେଇ ଅନେକ ଭିଡିଓ ସେୟାର କରାଯାଉଛି। ଏହାରି ଭିତରୁ ଏମିତି ଏକ ଭିଡିଓ ରହିଛି ଯାହାକି ସ୍ବାଧୀନତା ଦିବସରେ ଚର୍ଚ୍ଚାରେ ରହିଛି।

ଏହି ଭିଡିଓରେ ଜଣେ ୫ବର୍ଷ ଶିଶୁଙ୍କୁ ଜାତୀୟ ସଙ୍ଗୀତ ଗାଉଥିବା ଦେଖିବାକୁ ମିଳୁଛି। ଶିଶୁ ଜଣକ ଭାରତୀୟ ସେନାଙ୍କ ସହିତ ମିଶି ଜାତୀୟ ସଙ୍ଗୀତ ଗାଉଥିବା ଦେଖିବାକୁ ମିଳୁଛି। ଶିଶୁ ମୁହଁରୁ ଜାତୀୟ ସଙ୍ଗୀତ ଶୁଣିବା ପରେ ଆପଣାଛାଏଁ ଲୋମମୂଳ ଟାଙ୍କୁରି ଉଠୁଛି। ଲୋକେ ଉକ୍ତ ଶିଶୁଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ଭିଡିଓରେ ଜାତୀୟ ସଙ୍ଗୀତ ଗାଉଥିବା ଶିଶୁଙ୍କ ନାମ ଏଷ୍ଟର ଇନାମତେ ବୋଲି ଜଣାପଡ଼ିଛି। ଏଷ୍ଟରଙ୍କ ବୟସ ମାତ୍ର ୫ବର୍ଷ ରହିଥିବା ବେଳେ ସେ ମଣିପୁରରେ ବସବାସ କରନ୍ତି। ଦେଶର ଯବାନ (ଆସାମ ରାଇଫଲ୍ସ)ଙ୍କ ସହିତ ମିଶି ଏଷ୍ଟର ଜାତୀୟ ସଙ୍ଗୀତ ଗାଉଛନ୍ତି।

ଏହି ଭିଡିଓକୁ ଭାରତୀୟ ସେନାର ୟୁଟୁବ ଚାନେଲରେ ପୋଷ୍ଟ କରାଯାଇଛି। ଯାହାକୁ ଏଯାବତ ୮ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଲେଣି।

ସମ୍ବନ୍ଧିତ ଖବର