ଦୋହା : ଇସ୍ରାଏଲର ଆକ୍ରମଣରେ ପାଖାପାଖି ୫୦ ଜଣ ବନ୍ଧକ ନିହତ ହୋଇଛନ୍ତି ବୋଲି ହମାସ ପକ୍ଷରୁ କୁହାଯାଇଛି ବୋଲି ଅଲ୍ ଜଜିରା ରିପୋର୍ଟ କରିଛି। ଏହା ପୂର୍ବରୁ ଇସ୍ରାଏଲ ସେନା କହିଥିଲା ଯେ ହମାସ ଗାଜା ଉପତ୍ୟକାରେ ଅତି କମରେ ୨୨୪ ଜଣଙ୍କୁ ବନ୍ଧକ ରଖିଛି । କିଛି ଦିନ ତଳେ ହମାସ ପକ୍ଷରୁ ଦୁଇ ଜଣ ଆମେରିକୀୟ ଓ ଦୁଇଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରାଯାଇଥିଲା ।
ଏହି ପଣବନ୍ଦୀମାନଙ୍କୁ ଗତ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣବେଳେ ହମାସ ପକ୍ଷରୁ ଅପହରଣ କରାଯାଇଥିଲା । ହମାସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ ସେମାନଙ୍କୁ ମୁକ୍ତ କରିବାକୁ ସେମାନେ ପ୍ରସ୍ତୁତ ଥିବା ସତ୍ତ୍ବେ ଇସ୍ରାଏଲ ତାହା ଶୁଣୁନାହିଁ ।
ଅନ୍ୟପକ୍ଷରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ପାଲେଷ୍ଟାଇନର ସଂଖ୍ୟା ଏବେ ୭,୦୨୮ରେ ପହଞ୍ଚିଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୃତକଙ୍କ ମଧ୍ୟରେ ୨,୯୧୩ ଜଣ ଶିଶୁ, ୧,୭୦୯ ଜଣ ମହିଳା ଏବଂ ୩୯୭ ଜଣ ବୟସ୍କ ଅଛନ୍ତି।
ଗାଜାରେ ୩ ହଜାର ଶିଶୁ ଙ୍କ ମୃତ୍ୟୁକୁ ୟୁନିସେଫ୍ ନିନ୍ଦା କରିଛି । ୟୁନିସେଫ୍ କହିଛି ଯେ ଗାଜାରେ ଉତ୍ତେଜନା ହ୍ରାସ ନହେବା ପର୍ଯ୍ୟନ୍ତ ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖାଦ୍ୟ, ପାଣି ଏବଂ ଚିକିତ୍ସା ସାମଗ୍ରୀ ନ ମିଳିବା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/WhatsApp-Image-2023-10-26-at-21.56.50.jpeg)