ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଥିବା ଦିଲ୍ଲୀର ନିଜାମୁଦ୍ଦିନ ମର୍କଜ ଭିତରକୁ ରମଜାନ ସମୟରେ ୫୦ଜଣଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ। ଆଜି ଏ ନେଇ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଗତ ବର୍ଷ ମାର୍ଚ୍ଚରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ନିଜାମୁଦ୍ଦିନ ମାର୍କଜକୁ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଆଜି ଲୋକଙ୍କୁ ନିଜାମୁଦ୍ଦିନ ମର୍କଜର ପ୍ରଥମ ମହଲାରେ ଦିନକୁ ପାଞ୍ଚଥର ପ୍ରାର୍ଥନା କରିବାକୁ ଅନୁମତି ଦେଇଛନ୍ତି।
ଗତ ମାର୍ଚ୍ଚ ୨୦୨୦ ଶେଷ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ଧାର୍ମିକ ସମାବେଶରେ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଲୋକମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଯୋଗଦେଇଥିବା ଲୋକମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ପ୍ରାୟ ୧୮ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା । ଏହା ମଧ୍ୟରୁ ଦିଲ୍ଲୀରେ ପ୍ରାୟ ୪ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା । ଏହା ସହ ନିଜାମୁଦ୍ଦିନ ମର୍କଜକୁ ବନ୍ଦ କରିଦିଆଯାଇଥିଲା। ଏବେ ଏହାକୁ ରମଜାନ ପାଇଁ ଖୋଲାଯିବା ସହ କେବଳ ୫୦ଜଣଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ସ-87.jpg)