୧୬ ଜଣ ପ୍ରେମିକାଙ୍କୁ ଖୁସି କରିବାକୁ କରିଥିଲା ୫୦ଟି ଦାମୀ କାର ଚୋରି, ପୁଲିସ ଧରିବା ପରେ ସତ କହିଲା ଅଭିଯୁକ୍ତ

ଫରିଦାବାଦ୍ : ପ୍ରେମ ପାଇଁ ଚୋରି କରିବା ଆଜିର ଯୁବ ସମାଜ ପାଇଁ କିଛି ବଡ଼ କଥା ନୁହେଁ । ହେଲେ ଆପଣ ଏହି ଖବର ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ। କାରଣ ଜଣେ ଯୁବକର ୧୬ ଜଣ ପ୍ରେମିକା । ଆଉ ସେମାନଙ୍କ ଆବଶ୍ୟକତାକୁ  ପୂରଣ କରିବାକୁ ଅଭିଯୁକ୍ତ ଯୁବକ ୫୦ରୁ ଅଧିକ ଦାମୀ କାର ଚୋରି କରିଛି । ଏମିତି ଏକ ଖବର ଆସିଛି ଫରିଦାବାଦରୁ । କାର ଚୋରି ଅଭିଯୋଗରେ ଏହି ରସିକିଆ ପ୍ରେମିକକୁ ଗିରଫ୍ କରିଛି ଫରିଦାବାଦ୍ କ୍ରାଇମବ୍ରାଞ୍ଚ । ଗିରଫ୍ ହୋଇଥିବା ପ୍ରେମିକର ନାମ ସୌବିନ୍ ଓରଫ୍ ରାହୁଲ, ଓରଫ୍ ହେମନ୍ତ ଓ ଜାନୀ । ଖାଲି ପ୍ରେମିକାଙ୍କୁ ନୁହେଁ ଗିରଫ୍ ହେବା ପରେ ବି ସେ ପୁଲିସକୁ ଚକମା ଦେଇଥିବା ଜଣାପଡ଼ିଛି। ବିଭିନ୍ନ ନାମ ଓ ବିଭିନ୍ନ ଠିକଣା ଦେଇ ଝିଅମାନଙ୍କୁ ଫସାଉଥିବା ଏହି ଯୁବକ ଗିରଫ୍ ହେବା ପରେ ବି ପୁଲିସକୁ ବିଭିନ୍ନ ନାମ ଓ ଠିକଣା ଦେଇ ଚକମା ଦେଇଥିଲା ।

ପୁଲିସର ସୂଚନା ମୁତାବକ, ଏହି ଯୁବକ ଜଣକ କେବଳ ଦାମୀ କାର ଚୋରି କରୁଥିଲା । ତାହାକୁ ବିକ୍ରିକରି ସେ ରଖିଥିବା ୧୬ଟି ପ୍ରେମିକାଙ୍କ ଅବଶ୍ୟକତା ପୁରଣ କରୁଥିଲା । ସେ କେବଳ ଫରିଦାବାଦ୍ ନୁହେଁ ଏନସିଆର ସହ ଦେଶର ବିଭିନ୍ନ ସ୍ଥାନରୁ ବିଏମଡବ୍ଲ୍ୟ ଓ ମର୍ସିଡିଜ୍ ଭଳି କାର ଚୋରି କରି ଅନ୍ୟ ରାଜ୍ୟକୁ ଫେରାର୍ ହୋଇଯାଉଥିଲା । ସେଠାରେ ତାକୁ ବିକି ଯେଉଁ ଟଙ୍କା ପାଉଥିଲା ତାହାକୁ ପ୍ରେମିକାମାନଙ୍କ ପଛରେ ଉଡାଉଥିଲା ।

Car Theft Devices — Anti-Theft Gadgets to Thwart Car Thieves
Popular Mechanics

ଏକ ଫରଚ୍ୟୁନର କାର ଚୋରି ଅଭିଯୋଗରେ ୧ବର୍ଷ ପୂର୍ବରୁ ଥରେ ଦିଲ୍ଲୀ ପୁଲିସ ତାକୁ ଗିରଫ୍ କରିଥିଲା । ବିଚାର ପରେ ତାକୁ ଜେଲ୍ ଯିବାକୂୁ ବି ପଡ଼ିଥିଲା। ହେଲେ ଜେଲରୁ ବାହାରିବା ପରେ ସେ ପୁଣି ତା’ର ପୁରୁଣା କୌଶଳ ପ୍ରୟୋଗ କରି ବିଭିନ୍ନ ସ୍ଥାନରୁ କାର ଚୋରି ଆରମ୍ଭ କରିଦେଇଥିଲା । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ସେ ଫରିଦାବାଦରୁ ଏକ କାର ଚୋରି କରିଥିଲା । ଏ ନେଇ କାର ମାଲିକଙ୍କ ଅଭିଯୋଗ ପରେ ପୁଲିସ ତାକୁ ଗିରଫ୍ କରିଛି । ଗିରଫ୍ ପରେ ସେ ନିଜେ ସ୍ୱୀକାର କରିଛି କି ଗାଜିଆବାଦ, ଯୋଧପୁର, ଗୁରୁଗ୍ରାମ ଆଦି ସହରରୁ ଅନେକ ଦାମୀ କାର ଚୋରି କରି ବିକ୍ରି କରିଛି । ଏ ନେଇ କ୍ରାଇମବ୍ରାଞ୍ଚ ସେହି ସବୁ ସହରର ପୁଲିସମାନଙ୍କୁ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର