୫୦ ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପ୍ରତ୍ୟାହାର ନିର୍ଦ୍ଦେଶ

ମୁଜାଫରପୁର : ଦେଶର ୫୦ ସେଲିବ୍ରିଟିଙ୍କ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାକୁ ପ୍ରତ୍ୟାହାର କରିବାକୁ ମୁଜାଫରପୁର ପୁଲିସ ନିର୍ଦ୍ଦେଶ ଜାରି କରିଛି। ସୂଚନାଯୋଗ୍ୟ, ଏହି ୫୦ ଜଣ ସେଲିବ୍ରିଟି ଦେଶରେ ଭିଡ଼ହିଂସା ଓ ଅସହିଷ୍ଣୁତା ବଢୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏ ଘଟଣାରେ ହସ୍ତକ୍ଷେପ କରିବାକୁ ସେଲିବ୍ରିଟିମା‌ନେ ଚିଠିରେ ଉଲ୍ଲେଖ କରିଥିଲେ। ତେବେ ଏହି ଘଟଣା ପରେ ୫୦ ଜଣ ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାକୁ ପ୍ରତ୍ୟାହାର କରିନେବାକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ମୁଜାଫରପୁର ଏସ୍‌ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର