ଡିପିଟି ଟିକା ନେଇ ୫୦ ଶିଶୁ ଅସୁସ୍ଥ

ଆଲିଗଡ଼ : ଆଲିଗଡ଼ରେ ଏକ ସରକାରୀ ପ୍ରାଥମିକ ସ୍କୁଲ୍‌ରୁ ପ୍ରାୟ ୫୦ ଶିଶୁ ଡିପିଟି ଟିକା ନେଇ ଅସୁସ୍ଥ ହୋଇଯାଇଛନ୍ତି। ଶୁକ୍ରବାର ଦିନ ଦାଦୋନ ଥାନା ଅଧୀନସ୍ଥ ନଇ କା ନାଗ୍‌ଲା ଗ୍ରାମରେ ଏହି ଘଟଣା ଘଟିଛି। ଡିପିଟି ଟିକା ନେଇ ପିଲାମାନେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି।

ତେବେ ଶନିବାର ଦିନ ଜିଲ୍ଲାର ମୁଖ୍ୟ ମେଡିକାଲ ଅଧିକାରୀ ନିରଜ ତ୍ୟାଗୀ କହିଛନ୍ତି, ସମସ୍ତ ଶିଶୁ ଏବେ ସୁସ୍ଥ ଅଛନ୍ତି। ମିଳିଥିବା ସୂଚନାନୁଯାୟି କିଛି ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ବଳପୂର୍ବକ ଟିକା ଦିଆଯାଇଛି ବୋଲି ଗଣମାଧ୍ୟମରେ କହିଥିବାରୁ ଏହାକୁ ନେଇ ବିବାଦ ବଢ଼ିଛି।

ସମ୍ବନ୍ଧିତ ଖବର