କାବୁଲ୍ : ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶର ଏକ ଗ୍ରାମରେ ଅଚାନକ ବନ୍ୟା ଆସିବାରୁ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ହେତୁ କାମଡେସ୍ ଜିଲ୍ଲାର ମିର୍ଦେଶ ଗ୍ରାମରେ ବନ୍ୟା ପରିସ୍ଥିତି ଉପୁଜିଥିଲ। ବନ୍ୟା ଯୋଗୁଁ ଗ୍ରାମର ପ୍ରାୟ ସମସ୍ତ ଘର ଛାରଖାର ହୋଇଯାଇଛି। ଚାଷ ଜମି ନଷ୍ଟ ହେବା ସହ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ନୁରିସ୍ତାନର ଗଭର୍ଣ୍ଣର ହାଫିଜ ଅବଦୁଲ କ୍ୟାୟୁମ କହିଛନ୍ତି ଯେ ତାଲିବାନ ଦଖଲରେ ଏହି ଅଂଚଳ ରହିଛି ଏବଂ ତାଲିବାନ ପକ୍ଷରୁ ପ୍ରାଦେଶିକ ଅଧିକାରୀଙ୍କୁ ଏହି ଅଞ୍ଚଳକୁ ପ୍ରବେଶ କରିବାକୁ ଅନୁମତି ଦେବା ମାତ୍ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
ଅଚାନକ ବନ୍ୟା, ୫୦ ମୃତ
/sambad/media/post_attachments/wp-content/uploads/2021/07/flood_1200x768.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)