ତାଲିବାନ ପକ୍ଷରୁ ଆକ୍ରମଣ ଆଶଙ୍କାରେ ଆଫଗାନିସ୍ତାନରୁ ୫୦ ଜଣ କୂଟନୀତିଜ୍ଞଙ୍କୁ ଫେରାଇଆଣିଲା ଭାରତ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଅଶାନ୍ତି ଓ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦକ୍ଷିଣ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ତାଲିବାନ ଦଖଲ କରିବା ପରେ ଭାରତ ଏହାର ୫୦ ଜଣ କୂଟନୀତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ସେଠାରୁ ଫେରାଇଆଣିଛି । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟର ସହାୟତାରେ ଭାରତୀୟ ବାୟୁସେନା ଦ୍ୱାରା ସେଠାରୁ ଭାରତକୁ ଅଣାଯାଇଛି ।

ସୂଚନା ମିଳିଛି କି କାନ୍ଦାହାର ସ୍ଥିତ ବାଣିଜ୍ୟ ଦୂତାବାସରୁ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟମାନଙ୍କୁ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ସୂତନ୍ତ୍ର ବିମାନ କାବୁଲ ଯାଇଥିଲା | ଗତକାଲି ରାତିରେ ଦୂତାବାସରେ ଥିବା ସମସ୍ତ ଭାରତୀୟଙ୍କୁ ଭାରତକୁ ଫେରାଇ ଅଣାଯାଇଛି ।

ଏକ ବୟାନ ଜାରି କରି ବିଦେଶ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଏହାସହ ମନ୍ତ୍ରାଳୟ କହିଛି କି ଆଫଗାନିସ୍ଥାନର ଭାରତର ଏକ ପଡୋଶୀ ଦେଶ ହୋଇଥିବାରୁ ସେଠାରେ କିଭଳି ଶାନ୍ତି, ସଦଭାବ ଓ ସଂପ୍ରଭୂତା ବଜାୟ ରହିବ ତା ଉପରେ ଭାରତ ନିଶ୍ଚିନ୍ତ ଧ୍ୟାନ ରଖିବ ।

ସମ୍ବନ୍ଧିତ ଖବର