ହାଇଦ୍ରାବାଦ: ‘ଭାରତ ବାୟୋଟେକ୍’ର ୫୦ଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିବା କଥା କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଚିତ୍ରା ଏଲା ଗତରାତିରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଭଳି ସୂଚନା ପାଇବା ପରେ ଟୁଇଟର୍ ବ୍ୟବହାରକାରୀମାନେ ମିଶ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କେତେକ ‘କୋଭାକ୍ସିନ୍’ର ଫଳପ୍ରଦତା ଉପରେ ସନ୍ଦେହ କରୁଥିବା ବେଳେ କର୍ମଚାରୀମାନଙ୍କୁ କାହିଁକି ଟିକା ଦିଆ ଯାଇ ନ ଥିଲା ବୋଲି ଅନ୍ୟ କେତେକ ବିସ୍ମୟ ପ୍ରକାଶ କରିଛନ୍ତି।
କୋଭିଡ୍-୧୯ ଟିକା ‘କୋଭାକ୍ସିନ୍’ ଯୋଗାଣ ସମ୍ବନ୍ଧରେ କେତେକ ରାଜନୈତିକ ନେତାଙ୍କ ମନ୍ତବ୍ୟର ଉପଲକ୍ଷ୍ୟ ଦେଇ ବୁଧବାର ରାତିରେ ଏଲା ଟୁଇଟ୍ କରିଥିଲେ, ଆମର ମନୋଭାବ ପ୍ରସଙ୍ଗରେ କେତେକ ରାଜ୍ୟର ଅଭିଯୋଗ ଆମ ଟିମ୍କୁ ଖୁବ୍ ଆଘାତ ଦେଇଛି। କୋଭିଡ୍-୧୯ ସଂକ୍ରମିତ ହୋଇଥିବାରୁ ଆମର ୫୦% କର୍ମଚାରୀ କାମ କରୁନାହାନ୍ତି। ମହାମାରୀ ଲକ୍ଡାଉନ ସତ୍ତ୍ବେ ଆମେ ଆପଣମାନଙ୍କ ପାଇଁ ଅହର୍ନିଶ କାର୍ଯ୍ୟ କରୁଛୁ।
Image Courtesy of The Indian Expressଏଲାଙ୍କ ଟୁଇଟ୍ରେ ପ୍ରତିକ୍ରିୟାଶୀଳ ହୋଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆପଣଙ୍କର ୫୦% କର୍ମଚାରୀ କିଭଳି କୋଭିଡ୍ ଆକ୍ରାନ୍ତ ହେଲେ? ସେମାନେ କ’ଣ ଟିକା ନେଇ ନ ଥିଲେ? ଅସ୍ଥାୟୀ ଭାବେ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉନାହାନ୍ତି କାହିଁକି?
ଏହିଭଳି, ୯,୩୭୩ ଲାଇକ୍ ଏବଂ ୨,୫୬୪ ଲୋକଙ୍କଦ୍ବାରା ରି-ଟୁଇଟ୍ ହେବା ପରେ ଏଲା ପ୍ରତ୍ୟୁତ୍ତର ଦେଇ ଲେଖିଥିଲେ, ଆପଣମାନଙ୍କୁ ଧନ୍ୟବାଦ। ୭୫ ବର୍ଷ ବୟସ୍କ ମୋ ଜେଜ ଓ ଜେଜୀମା ୫ ସପ୍ତାହ ପୂର୍ବେ ଟିକା ନେଇଥିଲେ। ଦୁଇ ସପ୍ତାହ ତଳୁ ଉଭୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ପୁନଶ୍ଚ ନେଗେଟିଭ୍ ହୋଇଛନ୍ତି।
Image Courtesy of Zee Newsଏଲା କହିଛନ୍ତି, ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଆସାମ, ଜମ୍ମୁ ଓ କଶ୍ମୀର, ତାମିଲନାଡୁ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସମେତ ପ୍ରାୟ ୧୮ଟି ରାଜ୍ୟ ସ୍ବଳ୍ପ ପରିମାଣର କୋଭାକ୍ସିନ୍ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Bharat-Biotechs-Workers-Covid-Positive_Thumbnail.jpg)