ଟିକସ ଦେବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି : ଅର୍ଥନୈତିକ ସର୍ଭେ

ନୂଆଦିଲ୍ଲୀ: ଗତ ବର୍ଷ ଦେଶରେ ଜିଏସଟି ଲାଗୁ ହେବା ପରେ ପରୋକ୍ଷ ଟିକସପ୍ରଦାନକାରୀଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ପୂର୍ବରୁ ଥିବା ପରୋକ୍ଷ ଟିକସଦାତା ( ବିକ୍ରିକର, ସେବାକର, ଭ୍ୟାଟ୍‌ ଇତ୍ୟାଦି ପ୍ରଦାନକରୁଥିବା ଟିକସଦାତା)ଙ୍କଠାରୁ ଅଧିକ । ଏପରିକି କେତେକ କ୍ଷୁଦ୍ର ବ୍ୟବସାୟୀ ଯେଉଁମାନେ ଜିଏସିଟି ଅଧିନରେ ଆସୁନାହାନ୍ତି, ସେମାନେ ମଧ୍ୟ ଜିଏସଟି ପଂଜୀକରଣ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ସୁଦ୍ଧା ସାରା ଦେଶରେ ଜିଏସଟି ଦାତାଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତାମିଲନାଡ଼ୁ ଓ ଗୁଜୁରାଟରେ ସର୍ଭାଧିକ ଜିଏସଟି ପଂଜୀକରଣ ହୋଇଛି ବୋଲି ଏଥିରେ କୁହାଯାଇଛି ।

ଅନ୍ୟପକ୍ଷରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ମଧ୍ୟ ବଢିଛି । ବିମୁଦ୍ରାୟନ ପରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ବଢିଛି । ମୋଟାମୋଟି ଭାବେ ଟିକସଦେବାକୁ ସରକାରଙ୍କ ମଧ୍ୟରେ ସଚେତନତା ବଢିଛି ବୋଲି ସରକାର ଦାବି କରିଛନ୍ତି ।

ଏଥରର ଆର୍ଥିକ ବର୍ଷରେ କୃଷି ଉତ୍ପାଦନ ବୃଦ୍ଧି, ନିଯୁକ୍ତି ଓ ଜିଏସଟିକୁ ଅଧିକ ଗ୍ରହଣୀୟ କରିବା ଉପରେ ସରକାରଙ୍କ ଫୋକସ ରହିବ ବୋଲି କୁହାଯାଇଛି । ତେବେ ବଢିଚାଲିଥିବା ତେଲ ଦରକୁ ନେଇ ଏଥିରେ ଚିନ୍ତା ପ୍ରକଟ କରାଯାଇଛି । ଏହା ମୁଦ୍ରାସ୍ପୀତିକୁ ବଢାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର