ଭୁବନେଶ୍ୱର : ଫନି ତାଣ୍ଡବ କିଭଳି ଭୟଙ୍କର ଥିଲା ତାହା ଏବେ ପରିଲକ୍ଷିତ ହେଉଛି। କାରଣ ବାତ୍ୟା ବେଳେ ଏହାର କରାଳ ରୂପ ଦେଖିବାକୁ ମିଳିଥିଲା। ମାତ୍ର ଏହା କରିଥିବା କ୍ଷୟକ୍ଷତି ଏବେ ପ୍ରଭାବିତଙ୍କ ଜୀବନକୁ ଦୁର୍ବିସହ କରିଛି। ଜଳ ଓ ବିଦ୍ୟୁତ ବିହୀନ ଜୀବନ ଅତ୍ୟନ୍ତ ଭାରୀ ପଡ଼ିଛି। ବାତ୍ୟା ପରବର୍ତ୍ତୀ ସମୟର ଅବସ୍ଥା ଉପରେ ଏକ ନଜର।
ଉଦ୍ଧାର କାର୍ଯ୍ୟ ଜୋରଦାର- ଓଡ଼ିଶାରେ ପ୍ରଳୟ ରଚିଥିବା ଫନି ନିଜ ଫଣାରେ ପୁରୀ, ଭୁବନେଶ୍ୱର ଓ କଟକ ଭଳି ସହରକୁ ନିଜ କବଳକୁ ନେଇ ବ୍ୟାପକ ବିନାଶ କରିଦେଇଛି । ଏହାର ପୁନଃରୁଦ୍ଧାର ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି । ରାସ୍ତା ଓ ଘର ଉପରେ ପଡ଼ି ରହିଥିବା ଗଛ ଗୁଡ଼ିକୁ ତୁରନ୍ତ କାଟି ଗମନାଗମନକୁ ସଠିକ୍ କରିବା ପାଇଁ ଏବଂ ବିଭିନ୍ନ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ପୂନଃରୁଦ୍ଧାର କରିବା ପାଇଁ ଓଡ଼୍ରାଫ, ଏନଡ଼ିଆରଏଫ ଏବଂ ରାଜ୍ୟ ସରକାରଙ୍କ ୧ ଲକ୍ଷ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।