ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ସଦସ୍ୟଙ୍କ କହିବା ଅନୁସାରେ, ୫୦ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହେବା ପରେ ଏହା ନିୟନ୍ତ୍ରଣକୁ ଆସିବ । ସେପେଟମ୍ବର ମଧ୍ୟ ଭାଗରୁ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି ।
 National Foundation for Infectious Diseases
 National Foundation for Infectious Diseasesଦେଶରେ ଏବେ ସଂକ୍ରମିତ ୭୫ ଲକ୍ଷ ଟପିଛି ।  ବିଶେଷଜ୍ଞ କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି,  ଆମର ଗାଣିତିକ ହିସାବ ଅନୁସାରେ ଦେଶର ୩୦ ପ୍ରତିଶତ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲାଣି । ଏହି ସଂକ୍ରମିତ ଲୋକଙ୍କଠାରେ  ଆଣ୍ଟିବଡି ସୃଷ୍ଟି ହୋଇଛି । କମିଟିର  ଆକଳନ କେନ୍ଦ୍ରର ସେରୋଲୋଜିକାଲ ସର୍ଭେର ଆକଳନଠାରୁ ବହୁତ ଅଧିକ ।
ସେରୋଲୋଜିକାଲ ସର୍ଭେ ଅନୁସାରେ ଏବେ ୧୪ ପ୍ରତିଶତ ଭାରତୀୟ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।  ତେବେ ପ୍ୟାନେଲ ସତର୍କ କରିଦେଇଛି ଯେ, ଆଗକୁ ଯଦି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆନଯାଏ ତେବେ ସଂକ୍ରମଣ ବଢିପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Indias-Half-Population-Will-Be-Infected-on-Covid_Thumbnail.jpg)
