ଇସ୍ଲାମାବାଦ: ସୋମବାର ଦିନ ପାକିସ୍ତାନର ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ ଘୋତକି ଜିଲ୍ଲାରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ପରସ୍ପର ଉପରେ ଧକ୍କା ଖାଇବାରୁ ଅନ୍ୟୂନ ୩୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ଖବର ମିଳିଥିଲା | ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୫୦ରେ ପହଁଚିଥିବା ଜଣାପଡିଛି | ଏହା ସହ ଏହି ଦୁର୍ଘଟଣାରେ ୭୦ଜଣ ଆହତ ହୋଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ସେନା ଏବଂ ସାମରିକ ବାହିନୀକୁ ଡାକିବାକୁ କର୍ତ୍ତୃପକ୍ଷଙ୍କୁ ଚିନ୍ତା କରୁଥିବା ଜଣାପଡିଛି |
ସୂଚନା ମୁତାବକ, ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିବା ସାର୍ ସୟେଦ୍ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବାରୁ କରାଚିରୁ ସାର୍ଗୋଧା ଆସୁଥିବା ମିଲତ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହୋଇଥିଲା | ଫଳତଃ ମିଲତ୍ ଏକ୍ସପ୍ରେସ୍ର ବଗି ସବୁ ଓଲଟି ପଡ଼ିଥିଲା | ହଠାତ ବଗି ଓଲଟିବା ପରେ ସେଥିରେ ଥିବା କିଛି ଲୋକଙ୍କ ପ୍ରାଣହାନୀ ଘଟିବ ସହ କିଛି ଲୋକ ଆହତ ହୋଇଥିଲେ |
Image Courtesy of National Heraldଘୋତକି ଡେପୁଟି କମିସନର୍ ଉସ୍ମାନ୍ ଅବ୍ଦୁଲ୍ଲା କହିଛନ୍ତି, ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ର ବଗିମାନଙ୍କରେ ଏବେ ମଧ୍ୟ ଅନେକ ଯାତ୍ରୀ ଫସି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t-27.jpg)