ହ୍ୟାକ୍‌ ହେଲା ୫୦ମିଲିୟନ୍‌ ଫେସ୍‌ବୁକ୍‌ ଆକାଉଣ୍ଟ: ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି କି ନାହିଁ ଜାଣନ୍ତୁ ଏମିତି

ନୂଆଦିଲ୍ଲୀ : ପୂର୍ବରୁ ଫେସ୍‌ବୁକ୍‌କୁ ନେଇ ଅନେକ ବିବାଦ ଉପୁଜିଥିବା ବେଳେ ଏବେ ଆଉ ନୂଆ ବିବାଦ ଫେସ୍‌ବୁକ୍‌ ବିରୋଧରେ ମୁଣ୍ଡ ଟେକିଥିବା ଜଣାପଡ଼ିଛି । ପୂର୍ବରୁ ଫେସ୍‌ବୁକ୍‌ ବ୍ୟବହାରକାରୀମାନଙ୍କର ଡ଼ାଟା ଲିକ୍‌ କରୁଛି ବୋଲି ଅଭିଯୋଗ ହୋଇଥିବା ବେଳେ ଏବେ ୫୦ମିଲିୟନ୍‌ ଫେସ୍‌ବୁକ୍‌ ଆକଉଣ୍ଟ ହ୍ୟାକ୍‌ ହୋଇଥିବା ଖବର ବ୍ୟବହାକାରୀଙ୍କ ମନରେ ଭୟ ସୃଷ୍ଟି କରିଛି । ଏହି ଖବରଟି ଫେସ୍‌ବୁକ୍‌ ତରଫରୁ ଗତକାଲି ଘୋଷଣା କରାଯାଇଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛି ଫେସ୍‌ବୁକ୍‌ ।

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ଥିବା ଭିଉ ଆଜ୍‌(View As)ଫିଚର ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ବ୍ୟବହାରକାରୀମାନେ ଏହି ଫିଚର ବ୍ୟବହାର କରି ଅନ୍ୟ ଲୋକମାନଙ୍କୁ ତାଙ୍କ ପ୍ରୋଫାଇଲ କିପରି ଦିଶୁଛି ତାହା ଦେଖିଥାନ୍ତି । ଏହି ସମୟରେ ହ୍ୟାକରମାନେ ଏହି ଫିଚରର କୋଡ଼୍‍କୁ ଟାର୍ଗେଟ କରିବା ସହ ବ୍ୟବହାକାରୀଙ୍କ ଆକାଉଣ୍ଟ ହ୍ୟାକ୍‌ କରିଥିବା ଫେସ୍‌ବୁକ୍‌ ଜଣାଇଛି । ଏହି ଫିଚରଟି ଜୁଲାଇ ୨୦୧୭ରେ ଅପ୍‌ଡ଼େଟ୍‌ କରାଯାଇଥିବା ବେଳେ ଗତ ସପ୍ତାହରେ ଏହି ଫିଚର ମାଧ୍ୟମରେ ଏପରି ଘଟୁଥିବା ଜାଣି ପାରିଥିଲା ଫେସ୍‌ବୁକ୍‌ । କିନ୍ତୁ ଏ ସବୁ ମଧ୍ୟରେ ହ୍ୟାକର କେତେ ଦିନ ପୂର୍ବରୁ ଏତେ ଆକଉଣ୍ଟ ହ୍ୟାକ୍‌ କରିବା ଆରମ୍ଭ କରିଥିଲେ ତାହା ଜଣା ପଡ଼ି ପାରି ନାହିଁ । ଏ ସବୁ ପଛରେ କାହାର ହାତ ଅଛି ତାହା ଫେସ୍‌ବୁକ୍‌କୁ ଜାଣି ପାରି ନଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

Daily Express

୨ ବିଲିୟନ ଫେସ୍‌ବୁକ୍‌ ବ୍ୟବହାରକାରୀ ଥିବା ବେଳେ ସେଥି ମଧ୍ୟରୁ ୯୦ମିଲିୟନ ଆକାଉଣ୍ଟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୯୦ମିଲିୟନରୁ ୫୦ମିଲିୟନ ଲୋକଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି ବୋଲି ସ୍ପଷ୍ଟ କରିଛି ଫେସ୍‌ବୁକ୍‌ । ଯଦି କୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି ତେବେ ସେମାନଙ୍କ ନିଉଜ୍‌ ଫିଡ଼୍‍ରେ ସେମାନଙ୍କୁ ନୋଟିଫିକେସନ ଦେଇ ଦିଆଯିବ । ଏହା ସହ ଫେସ୍‌ବୁକ୍‌ ଆକାଉଣ୍ଟକୁ ବ୍ୟବହାର କରି ଅନ୍ୟ ଯେଉଁ ଆପ୍‌(ଇନ୍‌ଷ୍ଟା ବା ଜୋମାଟୋ)ରେ ଆପଣ ଲଗ୍‌ ଇନ୍‌ କରିଛନ୍ତି ତାହା ମଧ୍ୟ ହ୍ୟାକ୍‌ ହେବାର ଆଶଙ୍କା ରହିଛି ବୋଲି ଫେସ୍‌ବୁକ୍‌ ସତର୍କ କରାଇଛି ।

ସମ୍ବନ୍ଧିତ ଖବର