ବିଶ୍ବର ୫୦% ନୂଆ କରୋନା ମାମଲା, ୨୫% ମୃତ୍ୟୁ ଭାରତରେ: ‘ହୁ’

ନୂଆଦିଲ୍ଲୀ : ଭାରତର କରୋନା ସଂକ୍ରମଣ ବୃଦ୍ଧି ସାରା ବିଶ୍ବର ଚିନ୍ତା ବଢ଼ାଇଛି। ଗତ ସପ୍ତାହରେ ବିଶ୍ବବ୍ୟାପୀ ଚିହ୍ନଟ ହୋଇଥିବା କରୋନା ସଂକ୍ରମଣ ମାମଲାର ଅର୍ଦ୍ଧାଧିକ କେବଳ ଭାରତରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ର ସାପ୍ତାହିକ ମହାମାରୀ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଗତ ସପ୍ତାହରେ ବିଶ୍ବବ୍ୟାପୀ ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲାର ୪୬ ପ୍ରତିଶତ କେବଳ ଭାରତରେ ରହିଛି ଏବଂ ୨୫ ପ୍ରତିଶତ ନୂଆ କରୋନା ମୃତ୍ୟୁ ମଧ୍ୟ ଭାରତରୁ ଚିହ୍ନଟ ହୋଇଛି। ଲଗାତାର ୧୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଛି। ବୁଧବାର ଦିନ ଦେଶରେ ଦୈନିକ ସଂକ୍ରମଣ ୩,୮୨,୩୧୫ ଥିଲା। ସଂକ୍ରମଣ ବଢ଼ିବାରୁ ହସ୍ପିଟାଲ୍‌ମାନଙ୍କରେ ବେଡ୍‌ ଏବଂ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଅନେକ ଲୋକଙ୍କର ମଧ୍ୟ ହସ୍ପିଟାଲ୍‌ ବାହାରେ ଅପେକ୍ଷା କରି ମୃତ୍ୟୁ ହୋଇଯାଉଛି।

ସମ୍ବନ୍ଧିତ ଖବର