ଭାରତରେ ଚାଲିଥିବା କରୋନା ଲଢେଇ ପାଇଁ ପୋଲାଣ୍ଡରୁ ୫୦ଟି ଅକ୍ସିଜେନ କନସେଣ୍ଟରେଟର୍ସ କିଣିଲେ ଅମିତାଭ ବଚ୍ଚନ

ମୁମ୍ବାଇ: କରୋନା ମହାମାରୀ ସମୟରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ କରୋନା ବିରୋଧରେ ଚାଲିଥିବା ଲଢେଇରେ ନିରନ୍ତର ସହଯୋଗ କରୁଛନ୍ତି। ଅମିତାଭ ବଚ୍ଚନ ଏପରି ସେଲିବ୍ରିଟିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କରୋନା ପୀଡିତଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ କନସେଣ୍ଟରେଟର୍ସ ଏବଂ ଭେଣ୍ଟିଲେଟର ଦାନ କରୁଛନ୍ତି | ଅମିତାଭ ତାଙ୍କ ବ୍ଲଗ୍ ମାଧ୍ୟମରେ ସୂଚନା ଦେଇ ଲେଖିଛନ୍ତି ଯେ ‘ଅକ୍ସିଜେନ କନସେଣ୍ଟରେଟର୍ସର ଚାହିଦା ସର୍ବାଧିକ ରହିଛି | ସେଗୁଡିକ ପାଇବା କଷ୍ଟକର ହେବାରୁ ହେଲା, ମୁଁ ରୋକଲା(ପୋଲାଣ୍ଡର ଏକ ସହର) ଠାରେ ରହୁଥିବା ମୋର ବନ୍ଧୁ ଏବଂ ଭାରତୀୟ ଦୂତାବାସ ସହ ଯୋଗାଯୋଗ କଲି |

ସେମାନେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଏକ ପୋର୍ଟେବଲ୍ ଅକ୍ସିଜେନ କନସେଣ୍ଟରେଟର୍ସ ପଠାଇବାକୁ ପ୍ରସ୍ତାବ ଦେଲେ, କିନ୍ତୁ ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲି | ଏହାପରେ ସେମାନେ ମୋତେ ଏକ ପୋଲାଣ୍ଡ କମ୍ପାନୀର ନାମ ଏବଂ ସୂଚନା ଦେଇଥିଲେ ଯାହା ଅକ୍ସିଜେନ କନସେଣ୍ଟରେଟର୍ସ ତିଆରି କରେ | ମୁଁ ତୁରନ୍ତ ୫୦ଟି ଅକ୍ସିଜେନ କନସେଣ୍ଟରେଟର୍ସ ଅର୍ଡର କଲି’ | ଅମିତାଭ ଆହୁରି କହିଛନ୍ତି ଯେ ଅକ୍ସିଜେନ କନସେଣ୍ଟରେଟର୍ସଗୁଡିକ ମେ ୧୫ ସୁଦ୍ଧା ଭାରତକୁ ଆସିଯିବ |

କେବଳ ଏତିକି ନୁହେଁ ଭାରତର ସ୍ଥିତିକୁ ଦେଖି ପୋଲାଣ୍ଡ ଏୟାରଲାଇନ୍ସ ପକ୍ଷରୁ ଭଡା ଛଡା କରାଯାଇଛି | ଆଉ ଏଥିପାଇଁ ଅମିତାଭ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି | ବିଗ୍ ବି କହିଛନ୍ତି ଯେ ଏହି ଅକ୍ସିଜେନ କନସେଣ୍ଟରେଟର୍ସଗୁଡିକ ୫ ଲିଟର ହୋଇଥିବାବେଳେ ଆଗାମୀ ଦିନରେ ୧୦ ଲିଟର କ୍ଷମତା ସମ୍ପନ୍ନ ଅକ୍ସିଜେନ କନସେଣ୍ଟରେଟର୍ସ କିଣିବେ |

ସମ୍ବନ୍ଧିତ ଖବର