ନୂଆଦିଲ୍ଲୀ : ଏକ ସର୍ଭେରୁ ଜଣାପଡିଛି ଯେ ହଜିଯାଇଥିବା ମନିପର୍ସ ଫେରାଇବା ମାମଲାରେ ୫୧ ପ୍ରତିଶତ ଲୋକ ସଚ୍ଚୋଟ। ଯେଉଁମାନଙ୍କ ପର୍ସରେ ଅଧିକ ଟଙ୍କା ଥାଏ ସେମାନଙ୍କ ପର୍ସକୁ ଅଧିକ ବ୍ୟକ୍ତି ଫେରାଇ ଦେଇଥାନ୍ତି। କିନ୍ତୁ ଯେଉଁମାନଙ୍କ ପର୍ସରେ କମ ଟଙ୍କା ଥାଏ ସେମାନଙ୍କ ପର୍ସକୁ ଅଧିକାଂଶ ଲୋକ ଫେରାଇ ନଥାନ୍ତି। ସର୍ଭେର ତଥ୍ୟ ମୁତାବକ ପର୍ସରେ ଯଦି କମ ଟଙ୍କା ଥାଏ ତା’ହେଲେ ୪୦ ପ୍ରତିଶତ ଲୋକ ହିଁ ଏହାକୁ ଫେରାଇବାକୁ ଭାବିଥାନ୍ତି।କିନ୍ତୁ ପର୍ସରେ ଅଧିକ ଟଙ୍କା ଥିଲେ ୫୧ ପ୍ରତିଶତ ଲୋକ ଫେରାଇବା କଥା ଚିନ୍ତା କରିଥାନ୍ତି। ତିନିଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ୪୦ଟି ଦେଶର ୩୫୫ଟି ସହରରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ସମୟରେ ୧୭୩୦୩ଟି ପର୍ସକୁ ବିଭିନ୍ନ ସ୍ଥାନରେ ଛାଡ଼ି ଦିଆଯାଇଥିଲା। ପର୍ସରେ ଟଙ୍କା ସହ ଏଟିଏମ କାର୍ଡ ଘରର ଚାବି ମଧ୍ୟ ରଖାଯାଇଥିଲା। ତେବେ ୪୦ଟି ଦେଶରୁ ୩୮ ଦେଶର ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ୫୧ ପ୍ରତିଶତ ଲୋକ ପର୍ସ ଫେରାଇଥିଲେ। ସ୍ୱିଜରଲାଣ୍ଡରେ ୭୫ ପ୍ରତିଶତ ଲୋକ ପର୍ସ ଫେରାଇଥିବା ବେଳେ ଚୀନରେ ମାତ୍ର ୫ ପ୍ରତିଶତ ଲୋକ ପର୍ସ ଫେରାଇଥିଲେ।
୫୦ ପ୍ରତିଶତ ଲୋକ ସଚ୍ଚୋଟ: ସର୍ଭେ
/sambad/media/post_attachments/wp-content/uploads/2019/06/peo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)