କୋଲକାତା: ପଶ୍ଚିମବଙ୍ଗରେ ପ୍ରତିବର୍ଷ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଇଥାଏ | ତେବେ ଗତ ବର୍ଷ ଭଳି, ଏଥର ମଧ୍ୟ କରୋନା କାରଣରୁ ଅନେକ ପୂଜା କମିଟି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | ଆଉ ସେଥିପାଇଁ ମା ଦୁର୍ଗାଙ୍କ ପୂଜା ଧୂମଧାମରେ ପାଳନ ପାଇଁ ପୂଜା କମିଟିମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବେ ମମତା ସରକାର | ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ପ୍ରତି ପୂଜା କମିଟିକୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
କୋଭିଡ-୧୯ ମହାମାରୀ ଯୋଗୁଁ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ପାଇଁ ୫୦,୦୦୦ ଟଙ୍କା ଅନୁଦାନ ପ୍ରଦାନ କରିବେ। ଅନ୍ୟପଟେ ଏଥର ଦୁର୍ଗାପୂଜାରେ ମମତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି | ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବାଗୁଇହାଟି ଅଞ୍ଚଳର ନାଜରୁଲ ପାର୍କ ଉନ୍ନୟନ କମିଟି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିମା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି | ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।
ଏହାକୁ ନେଇ ବିଜେପି ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ନେତା ଅର୍ଜୁନ ସିଂ କହିଛନ୍ତି ଯେ ଭାରତୀୟ ଇତିହାସରେ ନିଜର ମୂର୍ତ୍ତି ସ୍ଥାପନ କରିଥିବା ରାଜନେତା ବିନାଶର ସମ୍ମୁଖୀନ ହୋଇଛନ୍ତି। ମାୟାବତୀ ହୁଅନ୍ତୁ କିମ୍ବା ଦକ୍ଷିଣ ଭାରତର ବଡ ରାଜନେତା ହୁଅନ୍ତୁ, ଯେଉଁମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପୂଜାପାଠ କରାଯାଇଛି ସେମାନେ ବିନାଶର କାରଣ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6993c60c-d548-4840-b422-b4912985d2e9.jpg)