ରେଳ ରୋକ ପ୍ରଭାବ: ୫୦ଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି। ଶାନ୍ତପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯାଇଥିବା ବେଳେ ପ୍ରାୟ ୫୦ଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଉତ୍ତର ରେଳବାଇ କହିଛି ଯେ, ପଞ୍ଜାବ ଏବଂ ହରିୟାଣାରେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାୟ ୫୦ ଟି ଟ୍ରେନ୍ ଏବଂ ୧୩୦ଟି ରେଳ ଷ୍ଟେସନ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଓଡ଼ିଶ‌ାରେ ମଧ୍ୟ ପଡ଼ିଥିବା ଦେଖାଯାଇଛି। ରେଳ ଚଳାଚଳ ବନ୍ଦ ଥିବାରୁ ଅନେକ ଯାତ୍ରୀ ଷ୍ଟେସନରେ ଅଟକି ରହିଛନ୍ତି।

www.indiatoday.in

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ। ଲଖିମପୁର ଖେରି ହିଂସାକାଣ୍ଡ ପାଇଁ ଆଶିଷଙ୍କ ସହ ଅଜୟ ମିଶ୍ରାଙ୍କୁ ମଧ୍ୟ ପଚରାଉଚରା କରାଯାଉ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲଖିମ୍‌ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି। ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ କହିଥିଲା ଯେ, ଲଖିମ୍‌ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍‌କେଏମ୍‌’ ଦେଶବ୍ୟାପୀ ରେଳରୋକ କରିବ। ରେଳବାଇ ସମ୍ପଦର କୌଣସି ପ୍ରକାର କ୍ଷତି ବା ନଷ୍ଟ ନ କରି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ‘ଏସ୍‌କେଏମ୍‌’ ଉକ୍ତ ବିବୃତିରେ ଉଲ୍ଲେଖ କରିଥିଲା।

ସମ୍ବନ୍ଧିତ ଖବର