ଯୁବକଙ୍କ ପେଟ ଭିତରୁ ବାହାରିଲା ଗଞ୍ଜେଇ ଚିଲମ, ଡାକ୍ତର ହେଲେ ତାଜୁବ

ଉଦୟପୁର: ରାଜସ୍ଥାନରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି | ଉଦୟପୁରର ଏକ ଡାକ୍ତରଖାନାରେ ଜଣେ ଯୁବକଙ୍କର ଅସ୍ତ୍ରୋପଚାର କରାଯାଇଥିଲା | ତେବେ ଅପରେସନ ସମୟରେ ତାଙ୍କ ପେଟରୁ ଗଞ୍ଜେଇ ଚିଲମ ସହ ୫୦ ପ୍ରକାରର ଜିନିଷ କଢ଼ାଯାଇଥିଲା | ରୋଗୀଙ୍କର ପେଟ ଭିତରୁ ଚାବି, ନେଲକଟର, ମୁଦ୍ରା, ଗଂଜେଇ ଚିଲମ, କାଠର ମାଳି, ମୁଦି, ଲୁହା ପିନ ପ୍ରମୁଖ ବାହାରିଛି |

ଏ ସବୁ ଜିନିଷ ଦେଖି ଡାକ୍ତର ତାଜୁବ ହୋଇଯାଇଥିଲେ | ରୋଗୀର ନାମ ଗଜେନ୍ଦ୍ର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ୱାସ୍ଥ୍ୟ ଅଛନ୍ତି | ଡା. ଡିକେ ଶର୍ମା କହିଛନ୍ତି ଯେ ଅପରେସନ ୯୦ ମିନିଟ ଧରି ଚାଲିଥିଲା | ୧୫ ଦିନ ତଳେ ଗଜେନ୍ଦ୍ର ଡାକ୍ତରଙ୍କ ପାଖକୁ ଆସି ତାଙ୍କ ପେଟରେ ବ୍ୟଥା ହେଉଥିବା କଥା କହିଥିଲେ |

PHOTO-ANI

ସେହିପରି ପ୍ରବଳ ବାନ୍ତି ହେଉଥିବାରୁ ସେ ଖାଦ୍ୟ ଖାଇପାରୁନଥିଲେ ବୋଲି କହିଥିଲେ | ଡାକ୍ତର ପରେ ତାଙ୍କର ଏକ୍ସରେ କରିଥିଲେ | ଏଥିରେ ପେଟରେ କିଛି ଜିନିଷ ଥିବାର ଦେଖିବାକୁ ମିଳିଥିଲା | ପରେ ଏଣ୍ଡୋସ୍କୋପି କରିବା ପରେ ସର୍ଜରୀ କରାଯାଇଥିଲା |

ସମ୍ବନ୍ଧିତ ଖବର