ଗୋଟିଏ ଆ‌ଖିର ଦୃଷ୍ଟି ଶକ୍ତି ହରାଇଲେ ୫୦ ବର୍ଷୀୟ ବ୍ୟକ୍ତି, କରୋନା ଟିକାକୁ ଦାୟୀ କଲେ ପରିବାର ଲୋକ

ବେଙ୍ଗାଲୁର: କୋଭିସିଲ୍ଡ କରୋନା ଟିକା ନେବାର ଅଳ୍ପ କିଛି ଦିନ ମଧ୍ୟରେ ଜଣେ ବ୍ୟକ୍ତି ନିଜର ଗୋଟାଏ ଆଖିରୁ ଦୃଷ୍ଟିଶକ୍ତି ହରାଇବା ପରେ ପରିବାର ଲୋକ ଏଥିପାଇଁ କରୋନା ଟିକାକୁ ଦାୟୀ କରିଛନ୍ତି। ବ୍ୟକ୍ତି ଜଣକ ମାର୍ଚ ୮ ତାରିଖରେ ତୁମାକୁରୁ ଜିଲ୍ଲାର ପାଭାଗଡା ତାଲୁକର ତିରୁମାନିଠାରେ ଥିବା ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିସିଲ୍ଡ ଟିକା ନେଇଥିଲେ। ଦୁଇ ଦିନ ତଳେ ତାଙ୍କ ବାମ ଆଖିରୁ ଦୃଷ୍ଟି ଶକ୍ତି ହ୍ରାସ ପାଇବା ପରେ ପରିବାର ଲୋକ ତାଙ୍କୁ ପାଭାଗଡାର ଏକ ବେସରକାରୀ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ବେଙ୍ଗାଲୁରୁର ମିଣ୍ଟୋ ଚକ୍ଷୁ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ବ୍ୟକ୍ତି ଜଣକ ଦୀର୍ଘ ୬ ବର୍ଷ ହେବ ମଧୁମେହ ଆକ୍ରାନ୍ତ ଥିଲେ ମଧ୍ୟ ତାଙ୍କ ରକ୍ତରେ ଶର୍କରାର ପରିମାଣ ସର୍ବଦା ନିୟନ୍ତ୍ରଣରେ ରହୁଥିଲା ବୋଲି ପରିବାର ଲୋକ ମତ ରଖିଛନ୍ତି। ପ୍ରତି ମାସରେ ସେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଖାଉଥିଲେ। ପରିବାର ଲୋକଙ୍କ କହିବା କଥା ହେଲା ଟିକା ନେବା ପରେ ସେ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ତେଣୁ ନିଶ୍ଚୟ କରୋନା ଟିକାରେ ହିଁ କିଛି ଅସୁବିଧା ଅଛି।

ଦ୍ବିତୀୟ ଡୋଜ୍‌ ନେଲେ କାଳେ ବ୍ୟକ୍ତି ଜଣକ ନିଜର ଦ୍ବିତୀୟ ଆଖିର ଦୃଷ୍ଟି ଶକ୍ତି ବି ହରାଇବେ ସେ ନେଇ ପରିବାର ଲୋକ ଭୟଭୀତ ଥିବା ବେଳେ ଯଦି ବାସ୍ତବରେ ସେପରି ଘଟେ ତା’ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର