ବର୍ଷାଜଳରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସରୁ ଉଦ୍ଧାର ହେଲେ ୯ ଗର୍ଭବତୀଙ୍କ ସମେତ ୫୦୦ ଯାତ୍ରୀ, ଆହୁରି ଅଛନ୍ତି ୨୦୦ ଯାତ୍ରୀ; ଦେଖନ୍ତୁ ଭିଡିଓ

ମୁମ୍ବାଇ: ବନ୍ୟାଜଳ ଘେରରେ ଫସି ଯାଇଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୦୦ ଯାତ୍ରୀଙ୍କୁ ଏନ୍‌ଡିଆର୍‌ଏଫ୍‌ ଓ ଆରପିଏଫ୍‌ର ଉଦ୍ଧାରକାଳୀ ଦଳ ସଫଳତା ପୂର୍ବକ ଉଦ୍ଧାର କରି ସାରିଥିବା ଜାଣିବାକୁ ମିଳିଛି। ଟ୍ରେନ୍‌ ମଧ୍ୟରୁ ଉଦ୍ଧାର ହୋଇଥିବା ୫୦୦ ଯାତ୍ରୀଙ୍କ ମଧ୍ୟରେ ୯ ଜଣ ଗର୍ଭବତୀ ମହିଳା ଯାତ୍ରୀ ରହିଥିବା ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଟ୍ରେନ୍‌ ମଧ୍ୟରେ ବର୍ତ୍ତମାନ ବି ଅଟକ ରହିଥିବା ଅବଶିଷ୍ଟ ୨୦୦ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆର୍‌ଏଫ୍‌ ଓ ଆରପିଏଫ୍‌ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଅବ୍ୟାହତ ରହିଛି। ଟ୍ରେନ୍‌ ମଧ୍ୟରେ ଅଟକ ଥିବା ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆ ଯାଇଥିବା ବେଳେ ଏହି ଘଟଣାରେ ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ଟ୍ରେନ୍‌ ମଧ୍ୟରୁ ତଳକୁ ନ ଓହ୍ଲାଇବାକୁ ଅନୁରୋଧ କରିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ।

ପ୍ରସଙ୍ଗକ୍ରମେ ଉଳ୍ଲେଖଯୋଗ୍ୟ ପ୍ରବଳ ବର୍ଷା ଫଳରେ ଉଲାସ ନଦୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ବନ୍ୟା ଜଳ ନଦୀ କୂଳ ଲଂଘି ରେଳ ଧାରଣା ଉପରକୁ ଚାଲି ଆସିଥଲା। ଫଳରେ ସେଇ ଧାରଣା ଉପର ଦେଇ ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଚାମତୋଲି ନିକଟରେ ଆଉ ଆଗକୁ ନଯାଇ ପରି ବନ୍ୟା ଜଳରେ ଫସି ଯିବା ସହ ଧାରଣା ଉପରେ ଗତ ରାତି ୩ଟା ଠାରୁ ଅଟକି ରହିଥିଲା।

ସମ୍ବନ୍ଧିତ ଖବର