ଭୂମଧ୍ୟସାଗରରୁ ୫୦୦ ଶରଣାର୍ଥୀ ଉଦ୍ଧାର

ମାଦ୍ରିଦ(ସ୍ପେନ୍‌): ଆଫ୍ରିକା ମହାଦେଶର ଆଲଜେରିଆରୁ ଖସି ପଳାଇ ଆସୁଥିବା ପ୍ରାୟ ୫୦୦ ଜଣ ଶରଣାର୍ଥୀଙ୍କୁ ସ୍ପେନ୍‌ ନୌବାହିନୀ ଶନିବାର ଉଦ୍ଧାର କରିଛନ୍ତି। ଭୂମଧ୍ୟସାଗର ଦେଇ ଅତି ବିପଜ୍ଜନକ ଅବସ୍ଥାରେ ୪୬ଟି ଡଙ୍ଗାରେ ସ୍ୱଦେଶ ଛାଡ଼ିଥିବା ଏହି ଶରଣାର୍ଥୀମାନେ ନିଶ୍ଚିତ ମୃତ୍ୟୁମୁଖରେ ପଡୁଥିବା ଆଶଙ୍କା କରି ସ୍ପେନ୍‌ ନୌବାହିନୀ ପକ୍ଷରୁ ତତ୍କାଳ ପଦକ୍ଷେପ ନିଆଯାଇଥିଲା। କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ଧରି ଆସୁଥିବା ଏହି କ୍ଷୁଦ୍ର ଡଙ୍ଗାଗୁଡ଼ିକ ସମୁଦ୍ର ଢେଉରେ ଟଳମଟଳ ହୋଇ ବୁଡ଼ିଯିବା ଅବସ୍ଥାରେ ଥିଲା। ତେବେ ସ୍ପେନ୍‌ ନୌସେନା ଯବାନମାନେ  ପ୍ରଥମେ ୪୪ଟି ଡଙ୍ଗାରେ ଥିବା ୪୬୦ ଜଣ ବିପନ୍ନଙ୍କୁ ସୁରକ୍ଷିତ ଭାବେ କାର୍ଟେଜେନା ବନ୍ଦରରେ ପହଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର