ଟ୍ରେନରେ ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆଉ ମାସ୍କ ପିନ୍ଧୁ ନଥିଲେ ଆପଣଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ | ଭାରତୀୟ ରେଳ ପକ୍ଷରୁ ଆଜି ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି | ଆଉ ଏଥିରେ କୁହାଯାଇଛି ଯେ ଟ୍ରେନ ବଗି ଭିତରେ କିମ୍ବା ଷ୍ଟେସନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ | ଆଗାମୀ ୬ ମାସ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି।

ରେଳ ବୋର୍ଡ ଅଧ୍ୟକ୍ଷ ସୁନିତ ଶର୍ମା କହିଛନ୍ତି ଯେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ କୋଭିଡ-୧୯ ନେଗେଟିଭ ହୋଇଥିବା ଜରୁରୀ | ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ-୧୯ ନିର୍ଦ୍ଦେଶନାମା ଅନୁଯାୟୀ ଯାତ୍ରୀମାନଙ୍କୁ ନିୟମାବଳୀ ପାଳନ କରିବାକୁ ପଡିବ | ସେହିପରି କୋଭିଡ-୧୯ ମହାମାରୀ ଓ ସ୍ୱଚ୍ଛତାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରା ସମୟରେ ଭୋଜନ ସେବାକୁ ବନ୍ଦ କରିଦିଆଯାଇଛି |


ଟ୍ରେନରେ ରେଡି ଟୁ ଇଟ(ଆରଟିଇ) ଭୋଜନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ସୂଚନା ଥାଉ କି ରେଳ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ସାରା ଦେଶରେ ପ୍ରତିଦିନ ୧୪୦୨ଟି ଟ୍ରେନ ଚଳାଯାଉଛି | ଏଥିରେ ୮୩୦ଟି ପାସେଞ୍ଜର ଟ୍ରେନ ରହିଛି |

ସମ୍ବନ୍ଧିତ ଖବର