କରୋନା ପୀଡିତଙ୍କ ପାଇଁ ପ୍ରଥମେ ୫୦୦୦ କୋଚକୁ ବିଚ୍ଛିନ୍ନ ୱାର୍ଡରେ ପରିଣତ କରାଯିବ: ରେଳବାଇ

ନୂଆଦିଲ୍ଲୀ: ୨୦ ,୦୦୦କୋଚକୁ ବିଛିନ୍ନ ୱାର୍ଡରେ ପରିଣତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ, କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ସୋମବାର ଜୋନାଲ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦେଶ ଦେଇଥିବା ଜଣା ପଡିଛି | ଭାରତୀୟ ରେଳବାଇ ସଶସ୍ତ୍ର ବାହିନୀ ମେଡିକାଲ ସେବା, ଆୟୁଷ୍ମାନ ଭାରତ ସହ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ କୋଚରେ ବିଚ୍ଛିନ୍ନତା ୱାର୍ଡ ସ୍ଥାପନ ନେଇ ଆଲୋଚନା କରୁଛି। ରେଳବାଇ ବୋର୍ଡ କହିଛି ଯେ, ପ୍ରଥମେ ୫୦୦୦ କୋଚ୍ କୋଭିଡ -୧୯ ରୋଗୀଙ୍କ ପାଇଁ ବିଚ୍ଛିନ୍ନ ୱାର୍ଡରେ ପରିଣତ ହେବ ଏବଂ ଏନେଇ ପାଞ୍ଚଟି ଜୋନାଲ ରେଳବାଇ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛି।

Railways converts coaches into isolation wards for COVID-19 ...
News Live TV

ବର୍ତ୍ତମାନ ଦକ୍ଷିଣ ରେଳବାଇର ତିନୋଟି ଉତ୍ପାଦନ ୟୁନିଟ୍କୁ କରୋନାଭାଇରସ୍ ରୋଗୀଙ୍କ ପାଇଁ ଟ୍ରେନ କୋଚକୁ ବିଛିନ୍ନ ୱାର୍ଡରେ ପରିଣତ କରିବାର ଦାୟିତ୍ୱ ଦିଆଯାଇଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ମେଡିକାଲ ୱାର୍ଡ ଭାବରେ କୋଚମାନଙ୍କୁ ରୂପାନ୍ତର କରିବା ପାଇଁ ପରବର୍ତ୍ତୀ ଯୋଜନା ଭାରତୀୟ ରେଳ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ନିଆଯିବ | କାର୍ଯ୍ୟ ଆରମ୍ଭ ହୋଇ ଗୁରୁବାର ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର