ନୂଆଦିଲ୍ଲୀ: ଆମେରିକାରେ କରୋନାଭୂତାଣୁ ମହାମାରୀ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି। ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ରେକର୍ଡ ୩୧୭୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୭ ହଜାରରେ ପହଞ୍ଚିଛି। ଆମେରିକାରେ ଦିନକରେ ୨୫ ହଜାରରୁ ଅଧିକ ନୂଆ ମାମଲା ଆସିଛି। ସ୍ପେନ୍ରେ ବି କରୋନା ମୃତ୍ୟୁସଂଖ୍ୟା ୨୨ ହଜାର ୧୫୭ରେ ପହଞ୍ଚିଛି। ସ୍ପେନ୍ରେ ମୃତ୍ୟୁସଂଖ୍ୟା ବଢ଼ୁନଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା ପରେ ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ୨ ଲକ୍ଷ ୧୩ ହଜାର ରହିଛି। ଫ୍ରାନ୍ସରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ଫ୍ରାନ୍ସରେ ୨୪ ଘଣ୍ଟା ମଧ୍ୟରେ ୫୧୬ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୧ହଜାର ୮୦୦ ଟପିଛି। ଫ୍ରାନ୍ସରେ ୧ ଲକ୍ଷ ୫୮ ହଜାର ୧୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ହଜାର ୨୧୯ ଜଣ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଫ୍ରାନ୍ସରେ ୧୩ ହଜାର ୫୪୭ ଜଣଙ୍କର ହସ୍ପିଟାଲ୍ରେ ମୃତ୍ୟୁ ହୋଇଛି। ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୧୮ହଜାର ୭୩୮ରେ ପହଞ୍ଚିଥିବା ବେଳେ ପ୍ରାୟ ୫୦୦ ଭାରତୀୟ ବଂଶୋଦ୍ଭବଙ୍କ କରୋନାରେ ମୃତ୍ୟୁ ହୋଇଛି। ଜାପାନ୍ ଏହାର ମୃତ୍ୟୁସଂଖ୍ୟାକୁ ପରିବର୍ତ୍ତନ କରିଛି। ଏହାର ପୂର୍ବ ତାଲିକାରେ ଜାପାନ୍ ପୁଣି ୮୫ ମୃତ୍ୟୁ ମାମଲା ୩୪ଟି ସଂକ୍ରମଣ ମାମଲା ଯୋଡ଼ିଛି। ଏଥିସହ ଜାପାନ୍ରେ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ୧୦୦ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୩୩୦ ରହିଛି। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ଦୀର୍ଘ ୪୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ନୂଆ ମାମଲା ନାହିଁ। ଦକ୍ଷିଣ କୋରିଆରେ ଏବେ ପ୍ରାୟ ୨,୦୦୦ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟ ସମସ୍ତ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଇଟାଲିରେ କରୋନା ମୃତ୍ୟୁସଂଖ୍ୟା ୨୫ ହଜାର ୫୪୯ରେ ପହଞ୍ଚିଛି। ଜାପାନ୍ର ଦକ୍ଷିଣପଶ୍ଚିମ ପୋର୍ଟ୍ରେ ଲାଗିଥିବା ଏକ ଇଟାଲୀ ଯୁଦ୍ଧ ଜାହାଜରେ ୯୧ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଜାହାଜରେ ୬୨୩ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବାବେଳେ ୯୧ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି।
ଆମେରିକାରେ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିଲା: ୨୪ ଘଣ୍ଟାରେ ରେକର୍ଡ ୩,୧୭୬ ଜଣଙ୍କ ମୃତ୍ୟୁ
ବିଶ୍ବବ୍ୟାପୀ ୨୭ ଲକ୍ଷ ୩୭ ହଜାର ଆକ୍ରାନ୍ତ, ୧ ଲକ୍ଷ ୯୪ ହଜାର ଲୋକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/04/america-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)