ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡ୍ ଅଧୀନରେ ୫୦ ହଜାର ମେଡ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର ପ୍ରସ୍ତୁତି ପାଇଁ ୨୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ମେଡ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟରଗୁଡ଼ିକୁ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲ୍ ଗୁଡ଼ିକୁ ଦିଆଯିବ। ୫୦ ହଜାର ଭେଣ୍ଟିଲେଟରରୁ ୩୦ ହଜାର ଭେଣ୍ଟିଲେଟର ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ୍ ଦ୍ବାରା ତିଆରି କରାଯାଉଛି। ଅନ୍ୟ ୨୦ ହଜାର ଭେଣ୍ଟିଲେଟର ଅନ୍ୟ ୪ଟି ସଂସ୍ଥା ଦ୍ବାରା ତିଆରି କରାଯାଉଛି। ତେବେ ଏଥିମଧ୍ୟରୁ ପ୍ରାୟ ୧୩୪୦ଟି ଭେଣ୍ଟିଲେଟର ରାଜ୍ୟମାନଙ୍କୁ ଦିଆସରିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀକୁ ସର୍ବାଧିକ ୨୭୫ ଲେଖାଏଁ ଭେଣ୍ଟିଲେଟର, ଗୁଜରାଟକୁ ୧୭୫, ବିହାରକୁ ୧୦୦, କର୍ଣ୍ଣାଟକକୁ ୯୦, ରାଜସ୍ଥାନକୁ ୭୫ ଭେଣ୍ଟିଲେଟର ଦିଆସରିଛି। ଜୁନ୍ ଶେଷ ସୁଦ୍ଧା ରାଜ୍ୟମାନଙ୍କୁ ଅତିରିକ୍ତ ୧୪ ହଜାର ଭେଣ୍ଟିଲେଟର ଦିଆଯିବ। ଅନ୍ୟପକ୍ଷେ ପ୍ରବାସୀମାନଙ୍କ ମଙ୍ଗଳ ପାଇଁ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପିଏମ୍ କେୟାର୍ସ ଫଣ୍ଡ୍ ଅଧୀନରେ ପ୍ରାୟ ୧ ହଜାର କୋଟି ଟଙ୍କା ଦିଆସରିଛି।
ପିଏମ୍ କେୟାର୍ସ ଫଣ୍ଡ୍ ଅଧୀନରେ ୫୦ ହଜାର ମେଡ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର
/sambad/media/post_attachments/wp-content/uploads/2020/06/ventiletor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)